ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ପାଲଲହଡ଼ାରେ ‘କିଶୋରୀ ଏକ୍ସପ୍ରେସ’ ଲୋକାର୍ପିତ

You are currently viewing ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ପାଲଲହଡ଼ାରେ ‘କିଶୋରୀ ଏକ୍ସପ୍ରେସ’ ଲୋକାର୍ପିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଭିନ୍ନ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ୧୮ ତାରିଖରେ ଅନୁଗୁଳ ଜିଲ୍ଳା ପାଲଲହଡ଼ାରେ ଏହାର ଲୋକାଭିମୂଖୀ ପ୍ରକଳ୍ପ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ କରାଯାଇଛି । କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସମ୍ବଦ୍ଧୀୟ ସମସ୍ୟାର ସମାଧାନ ତଥା ବିଶେଷକରି ରକ୍ତହୀନତା ସମସ୍ୟା ଦୂର ଲକ୍ଷ୍ୟରେ ଏହି କିଶୋରୀ ଏକ୍ସପ୍ରେସ କାର୍ଯ୍ୟ କରି ଆସୁଛି ।

‘କିଶୋରୀ ଏକ୍ସପ୍ରେସ’କୁ ମାନ୍ୟବର ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ଜିଲ୍ଲା ସିଡିଏମଓ ଆଣ୍ଡ ପିଏଚଓ ଡାକ୍ତର ଶିବାନନ୍ଦ ମହାନ୍ତି ଏବଂ ପାଲଲହଡ଼ା ଉପ-ଜିଲ୍ଲାପାଳ ସୁଶାନ୍ତ କୁମାର ପତି ଲୋକାର୍ପଣ କରିଥିଲେ ।

ଜିନ୍ଦଲ ଫାଉଣ୍ଡେସନ ଏହି ‘କିଶୋରୀ ଏକ୍ସପ୍ରେସ’ ପଦକ୍ଷେପ ମାଧ୍ୟମରେ ଭାରତର ୪ ଟି ରାଜ୍ୟରେ ଏପର୍ଯ୍ୟନ୍ତ ରକ୍ତହୀନତାର ବିଭିନ୍ନ ପର୍ଯ୍ୟାୟରେ ୭.୫ ଲକ୍ଷରୁ ଅଧିକ କିଶୋରୀଙ୍କ ହେମୋଗ୍ଲୋବିନ ସ୍ତରରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ପୂର୍ଣ୍ଣିମା ଉଦଗାତା, ପାଲଲହଡ଼ା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାୟକ, ପାଲଲହଡ଼ା ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ପାଲଲହଡ଼ା ବିଡିଓ ନିଶାନ ମିଶ୍ର , ସୁପରିଟେଣ୍ଡଣ୍ଟ ଏସଡିଏଚ ଆଣ୍ଡ ଏସଡିଏମଓ ଡ. ଜାମିନୀ ଭୂଷଣ ପଟ୍ଟନାୟକ, ସିଡିପିଓ ବିଜୟ ଲକ୍ଷ୍ମୀ ମହାନ୍ତ, ଖମାର ବିପିଏଚଓ ଡାକ୍ତର ଶଶିକାନ୍ତ ବେହେରା, ପାଲଲହଡ଼ା ଏବିଇଓ, ବସନ୍ତ କୁମାର ସାସନି ଏବଂ ଜେଏସପି ଅନୁଗୁଳ ସିଏସଆର ମୁଖ୍ୟ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply