ଅନୁଗୁଳ: ଗଞ୍ଜେଇ ପ୍ରବଣ ଅନୁଗୁଳରେ ଅଫିମ ଚାଷ ସାମ୍ନାକୁ ଆସିଛି । ପାଳଲହଡ଼ା ବ୍ଳକ୍ ଉପାନ୍ତ ତଥା ମାଓପ୍ରବଣ ନଗିରା ଅଞ୍ଚଳରେ ଅଫିମ ଚାଷ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ପାଳଲହଡ଼ା ପୁଲିସ୍ ଶୁକ୍ରବାର ଚଢ଼ଉ କରି ନଗିରା ଓ ସିବିଡ଼ା ନିକଟବର୍ତ୍ତୀ ଜଙ୍ଗଲ ଭିତରେ ୨ ଏକର ଜମିରେ ଚାଷ ହୋଇଥିବା ପ୍ରାୟ ୧୦ ହଜାର ଅଫିମ ଗଛ ନଷ୍ଟ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଏସ୍ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ପୁଲିସ୍ର ଏକ ଟିମ୍ ଓ ପାଳଲହଡ଼ା ଏସ୍ଡିପିଓ ସୁମନ ରଞ୍ଜିତା ସିଂହଙ୍କ ନେତୃତ୍ବରେ ଏକ ଟିମ୍ ଶୁକ୍ରବାର ସକାଳେ ଚଢ଼ଉ କରି ଅଫିମ ଗଛ ସବୁ ନଷ୍ଟ କରିଥିଲେ। ତେବେ ଦୁର୍ଗମ ଇଲାକାରେ କିଏ ଏହି ବେଆଇନ୍ ଚାଷ କରିଥିଲା, ତାହା ଜଣାପଡ଼ିନଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।
ଦୁର୍ଗମ ନଗିରା ଅଞ୍ଚଳରେ ପୁଲିସ ଚଢ଼ଉ; ୨ ଏକର ଅଫିମ ଗଛ ନଷ୍ଟ
- Post published:March 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik