ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ନିକଟରେ ଥିବା ଚୋରା କୋଇଲା ଖାତରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ଟ୍ରିପ ଚୋରା କୋଇଲା ଜବତ ହୋଇଛି।
ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ କୋଇଲା ଖାତ ହୋଇଥିବା ନେଇ ଖବର ପାଇ ବୁଧବାର ଛେଣ୍ଡିପଦା ଥାନା ପୁଲିସ ଓ ଖଣି ବିଭାଗର କର୍ମଚାରୀ ମାନେ ଚାଙ୍ଗୁଡ଼ିଆ ପଞ୍ଚାୟତର ସନ୍ତରାବନ୍ଧ ଗାଁ ନିକଟରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୁଲିସ ଚୋରା କୋଇଲା ଖାତରୁ ଉତ୍ତୋଳନ କରାଯାଇ ଗଛିତ ଥିବା ଏକ ହାଇୱା ଟ୍ରକ ଜବତ କରିଛି। ଏଥିସହ ମାମଲା ରୁଜୁ କରିଥିବା ସୂଚନା ମିଳିଛି।


