ସେନା ଅଧିକାରୀ ପ୍ରଦ୍ୟୁମ୍ନ ବିଶ୍ଵାଳଙ୍କୁ ଅବସରକାଳୀନ ସମ୍ବର୍ଧନା

You are currently viewing ସେନା ଅଧିକାରୀ ପ୍ରଦ୍ୟୁମ୍ନ ବିଶ୍ଵାଳଙ୍କୁ ଅବସରକାଳୀନ ସମ୍ବର୍ଧନା

ଅନୁଗୁଳ: ଅନୁଗୁଳର ସେନା ଅଧିକାରୀ ଅନରାରି କ୍ୟାପଟେନ ପ୍ରଦ୍ୟୁମ୍ନ କୁମାର ବିଶ୍ୱାଳଙ୍କୁ ଏଡିଭି ଅବସରକାଳୀନ ସମ୍ବର୍ଧନା ପ୍ରଦାନ କରାଯାଇଛି। ଏଥିନେଇ ସଂଘ ପକ୍ଷରୁ ଅନୁଗୁଳ ରେଳ ଷ୍ଟେସନ୍ ଠାରୁ ତାଙ୍କ ଗାଁ ଖିଣ୍ଡା ଯାଏଁ ଏକ ଶୋଭାଯାତ୍ରାରେ ନିଆ ଯାଇଥିଲା ଏବଂ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ବିଶ୍ୱାଳ ୧୯୯୫ ରେ ସେନା ବାହିନୀରେ ଯୋଗ ଦେଇଥିଲେ। ସେ ୨୮୫ ବୋଫୋର୍ସ ରେଜିମେଣ୍ଟରେ ଯୋଗ ଦେଇ କିଛି ଦିନ ପରେ ସେହି ରେଜିମେଣ୍ଟର ମାଷ୍ଟର ଟ୍ରେନର ଭାବେ କାମ କରିଥିଲେ। ସେ ୧୯୯୯ ରେ କାର୍ଗିଲ ଲଢ଼େଇରେ ସାମିଲ ହୋଇ ୩ ବର୍ଷ କାମ କରିଥିଲେ।

ପୁଞ୍ଚ ରଯୌରି ଭଳି ସମ୍ବେଦନଶୀଳ ଅଞ୍ଚଳରେ ଆତଙ୍କବାଦୀ ସହ ମୁକାବିଲା କରିଥିଲେ। ଅନ୍ୟପକ୍ଷରେ ଅପରେସନ ସିନ୍ଦୂରରେ ପାକିସ୍ଥାନୀ ଏବଂ ଅପରେସନ ସ୍ନୋ ଲେପାର୍ଡରେ ଚୀନା ସୈନ୍ୟଙ୍କ ସହ ମୁକାବିଲା କରିଥିଲେ। ସୁବେଦାର ମେଜର ଭାବେ ସେ ବାଲେଶ୍ୱର ଡିଅରଡିଓରେ ମଧ୍ୟ କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଁଟି ଥିଲେ।ଚାକିରି ଜୀବନରେ ନିଷ୍ଠା,ତ୍ୟାଗ ଓ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିବାରୁ ଜଳନ୍ଧର ୨୧୩ ରକେଟ୍ ରେଜିମେଣ୍ଟ ରେ ଥାଇ ଅବସର ନେଇଥିଲେ। ଚାକିରି ଜୀବନରେ ଉତ୍କର୍ଷତା ପାଇଁ ତାଙ୍କୁ ସେନା ପକ୍ଷରୁ ଅନରାରୀ କ୍ୟାପଟେନ ଉପାଧି ପ୍ରଧାନ କରାଯାଇଛି। ପୂର୍ବତନ ସୈନିକ ସଙ୍ଘ ବା ଅନୁଗୁଳ ଡିଫେନ୍ସ ଭେଟରାନ୍ ସଭାପତି ଅନିଲ କୁମାର ମହାନ୍ତି ଶ୍ରୀ ବିଶ୍ଵାଳଙ୍କୁ ସ୍ଵାଗତ କରିବା ସହ ତାଙ୍କୁ ଜିଲ୍ଲାର ଗର୍ବ ବୋଲି ଅବିହିତ କରିଥିଲେ।

Share

Leave a Reply