କ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଅବସରକାଳୀନ ସମ୍ବର୍ଧନା

You are currently viewing କ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଅବସରକାଳୀନ ସମ୍ବର୍ଧନା

ଅନୁଗୁଳ: ଦୀର୍ଘ ତିରିଶ ବର୍ଷର ଦେଶ ସେବା ପରେ ଅନୁଗୁଳ ମାଟିର ସନ୍ତାନ ବୀର ଯବାନ କ୍ୟାପଟେନ ବ୍ରଜବନ୍ଧୁ ବଳଙ୍କୁ ଏଡିଭି ବା ପୂର୍ବତନ ସୈନିକ ସଂଘ ପକ୍ଷରୁ ସେବାନିବୃତ ଉପଲକ୍ଷେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ୧୨ ମାହାର ରେଜିମେଣ୍ଟରେ କାର୍ଯ୍ୟ କରିବା ପରେ ଶ୍ରୀ ବଳ ଘରକୁ ଫେରିଥିଲେ। ଶ୍ରୀ ବଳ ଘରକୁ ଫେରିବା ପରେ ତାଙ୍କୁ ଅନିଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ସମସ୍ତ ଏଡିଭି ସଦସ୍ୟ ଓ ଗ୍ରାମବାସୀ ମାନେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ।ସମସ୍ତ ଗ୍ରାମବାସୀ ଓ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ କ୍ୟାପଟେନ୍ ବଳଙ୍କୁ ଗାଁ ଭିତରକୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ।

ସମ୍ବର୍ଦ୍ଧନାର ଉତ୍ତରରେ କ୍ୟାପଟେନ ବଳ ମାହାର ରେଜିମେଣ୍ଟରେ ସେ ଦେଶର ବିଭିନ୍ନ ପାହାଡ ପର୍ବତ ଜଙ୍ଗଲ ପୂର୍ଣ୍ଣ ଅଞ୍ଚଳରେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିଥିଲେ।ଅବସର ପରେ କ୍ୟାପଟେନ ବଳ ଗାଁ ତାଳଚେର ବଲ୍ହରର ଯୁବପିଢ଼ିଙ୍କୁ ସେନାରେ ସାମିଲ ହୋଇ ସେମାନେ କିଭଳି ଦେଶ ସେବାରେ ବ୍ରତୀ ହେବେ ସେଥିନେଇ ସେମାନଙ୍କୁ ତାଲିମ ଦେବେ ବୋଲି କହିଥିଲେ।ତାଙ୍କୁ ଏଭଳି ଅଭୂତପୂର୍ବ ସମ୍ବର୍ଦ୍ଧନା ପାଇଁ ସେ ଗ୍ରାମବାସୀ ଓ ଏଡିଭି ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Share

Leave a Reply