ଅନୁଗୁଳ: ନାଲକୋନଗର ଥାନା ଅଞ୍ଚଳର ରାସ୍ତା ଆଉ ନିରାପଦ ହୋଇରହିନାହିଁ ।ଗୁରୁବାର ମଧ୍ୟାହ୍ନରେ ଜଣେ ସ୍କୁଟର ଆରୋହୀ ମହିଳାଙ୍କଠାରୁ ଦୁର୍ବୃତ୍ତ ଏକ ସୁନା ଚେନ୍ ଝାମ୍ପିନେବା ଘଟଣାରୁ ଏହା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗିରାଙ୍ଗ ଗାଁର ସୁପ୍ରଭା ଗଡ଼ନାୟକ ଦିନ ପ୍ରାୟ ୧ଟାବେଳେ ନିଜ ଯାଆ ସହିତ ଏକ ସ୍କୁଟରରେ ନାଲ୍କୋନଗର ସେଣ୍ଟ୍ରାଲ ମାର୍କେଟରୁ ସିପିପି ଆଡ଼କୁ ଯାଉଥିଲେ । ସୁପ୍ରଭା ସ୍କୁଟର ପଛରେ ବସିଥିଲେ । ତାଙ୍କୁ ବାଇରେ ପିଛା କରୁଥିବା ଜଣେ ଦୁର୍ବୃତ୍ତ ସୁପ୍ରଭାଙ୍କ ବେକରୁ ୧ ଭରିର ଏକ ସୁନାଚେନ୍ ଛିଣ୍ଡାଇ ଦ୍ରୁତଗତିରେ ସିପିପି ଆଡ଼କୁ ପଳାଇଥିଲା। ଉକ୍ତ ଚେନ୍ ମୂଲ୍ୟ ୫୦ ହଜାର ଟଙ୍କା ହେବ। ସୁପ୍ରଭା ଏ ସଂପର୍କରେ ନାଲ୍କୋନଗର ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ତଦନ୍ତ ଚାଲିଥିବା ପୁଲିସ ପ୍ରକାଶ କରିଛି।
ମହିଳାଙ୍କଠୁ ଝାମ୍ପିନେଲେ ଚେନ୍
- Post published:February 19, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
