ଜିଲ୍ଲା ପ୍ରଶାସନର ନୂଆ ପ୍ରୟାସ: ୨୦୨୩ ସୁଦ୍ଧା ଅନୁଗୁଳ ହେବ ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲା

0

ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରସ୍ତୁତ ଏହି ଭିଜନ ଡକୁମେଣ୍ଟରେ ୧୬ ଗୋଟି ବିଭାଗର ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରୁ ଆକଳନ କରାଯାଇ ଆବଶ୍ୟକ ସୋପାନ ତିଆରି କରାଯାଇଛି।
ଶିକ୍ଷାକୁ ପ୍ରାଥମିକତା ଦିଆଯାଇ ୨୦୨୧ ସୁଦ୍ଧା ପ୍ରତି ସ୍କୁଲ୍‌କୁ କିଭଳି ବିଜୁଳି ସ˚ଯୋଗ ଦିଆଯିବ, ପିଇବା ପାଣିର ସୁବିଧା ରହିବ, ଖେଳପଡ଼ିଆ, ଖେଳ ଉପକରଣ ରହିବ, ସେଣ୍ଟ୍ରାଲ୍‌ କିଚେନ୍‌ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଦିଆଯିବ ତାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାରେ ସ୍କୁଲ୍‌ ଶିକ୍ଷକଙ୍କୁ ଅଯଥା ଚାପରୁ ମୁକ୍ତ ରଖାଯାଇପାରିବ। ଦୈନିକ ୧ ଲକ୍ଷ ୨୫ ହଜାର ମିଲ୍‌ ସିଧାସଳଖ ସୁବିଧାରେ ବଣ୍ଟନ କରାଯିବ। ଏହାଛଡ଼ା ମହତାବ ହାଇସ୍କୁଲ୍‌, ପାଳଲହଡ଼ା ମହେନ୍ଦ୍ର ହାଇସ୍କୁଲ୍‌, ଆଠମଲ୍ଲିକ ଏବ˚ ଅନୁଗୁଳ ହାଇସ୍କୁଲ୍‌କୁ ମୋଡେଲ୍‌ ସ୍କୁଲ୍‌ ଭାବେ ଗ୍ରହଣ କରାଯାଇ ଏହାର ଉତ୍କର୍ଷତାର ପରିବୃଦ୍ଧି କରାଯିବ। ସେହିଭଳି ଯୁବରାଜ ହାଇସ୍କୁଲ୍‌, ତାଳଚେରକୁ ଶ୍ରେଷ୍ଠ ସ୍କୁଲ୍‌ର ମାନ୍ୟତା ଦିଆଯାଇ ଏଠାରେ ହେରିଟେଜ୍‌ ଗେଟ୍‌, ବିଶ୍ବସ୍ତରୀୟ ଲାଇବ୍ରେରୀ, ଡାଇନି˚ ହଲ୍‌ ଏବ˚ ସ୍ମାଟ୍‌ କ୍ଲାସ୍‌ର ବ୍ୟବସ୍ଥା ରଖାଯିବ। ଏହାଦ୍ବାରା ଜିଲ୍ଲାର ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀ ଅଧ୍ୟୟନରେ ନୂଆ ଉର୍ଜା ହାସଲ କରିପାରିବେ। ନବୋଦୟ, ସୈନିକ ସ୍କୁଲ୍‌ ଏବ˚ ଏନ୍‌ଆର‌୍‌ଟିଏସ୍‌ ଏଣ୍ଟ୍ରାନ୍ସ ପାଇଁ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦିଆଯିବ।


ଦଶମ ଶ୍ରେଣୀର ଉତ୍ତୀର୍ଣ୍ଣ ହାର ବୃଦ୍ଧି କରିବା ଏବ˚ ଦୁର୍ବଳ ଛାତ୍ରଛାତ୍ରୀଙ୍କ ମାନ ବଢ଼ାଇବା ପାଇଁ ସ୍ବତନ୍ତ୍ର କୋଚି˚ର ବ୍ୟବସ୍ଥା ରହିଛି। ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ତାଲିମ୍‌ ବ୍ୟବସ୍ଥା, ଆଶ୍ରମ ସ୍କୁଲ୍‌ ଅନ୍ତେବାସୀ ପାଇଁ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ରଖାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପିପିପି ମୋଡ୍‌ରେ ମଲ୍‌ଟି ସ୍ପେଶାଲିଟି ହସ୍‌ପିଟାଲ୍‌ର ପ୍ରତିଷ୍ଠା, ଟ୍ରମା କେୟାର‌୍‌ ଆମ୍ବୁଲାନ୍ସ ସେବା ରଖାଯିବ। ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ, ରକ୍ତହୀନତା ଦୂର ଏବ˚ ସମ୍ପୂର୍ଣ୍ଣ ଟିକାକରଣ ଉପରେ ଗୁରୁତ୍ବ ଦିଆଯିବ। ଡାଏରିଆ, ମ୍ୟାଲେରିଆ ଏବ˚ ଶ୍ୱାସତନ୍ତ୍ର ଜନିତ ରୋଗ ବା ଟିବି ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଭିତ୍ତିଭୂମି ତିଆରି କରାଯିବ। ମାଇଁ ଫିଟ୍‌ନେସ୍‌ ଆପ୍‌, ସିସିଟିଭି, ଜିପିଏସ୍‌ ଟ୍ରାକି˚ ବ୍ୟବସ୍ଥା ଏବ˚ ଡିଜିଟାଲ୍‌ ହେଲ୍‌ଥ କାର୍ଡ ଦ୍ବାରା ସମୁଦାୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଏକ ନୂଆ ଦିଗ ପ୍ରଦାନ କରାଯିବ। ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲା ସାରା ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ, ଲାଇଫ୍‌ ସପୋର୍ଟ ସ˚ଯୁକ୍ତ ଆମ୍ବୁଲାନ୍ସ ସେବା ଏବ˚ ସଚେତନତା କାର୍ଯ୍ୟକ୍ରମ ରହିବ। ଧନୀ ଦରିଦ୍ର ମଧ୍ୟରେ ତାରତମ୍ୟ ଦୂର କରିବା, ଦାରିଦ୍ର୍ୟ ହ୍ରାସ ସାଙ୍ଗକୁ ଏକ ସମୃଦ୍ଧି ଅନୁଗୁଳ ଗଠନ ପାଇଁ ନୂତନ ମଜଭୁତ ଢାଞ୍ଚା ଗଠନ କରାଯିବ। ଗ୍ରାମୀଣ ଅ˚ଚଳର ବିକାଶ ପାଇଁ ନୂତନ ଚିନ୍ତାଧାରାର ପ୍ରୟୋଗ, ମହିଳା, ଶିଶୁ ଏବ˚ କୃଷକମାନଙ୍କ ବିକାଶ ପାଇଁ କୃଷି, ଉଦ୍ୟାନ କୃଷି ଏବ˚ କୁଟୀର ଶିଳ୍ପର ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ଜିଲ୍ଲାରେ ଦୈନିକ ଦୁଗ୍ଧ ଉତ୍ପାଦନ ୨୦୨୧ ସୁଦ୍ଧା ୩ ହଜାର ଲିଟରରୁ ୫ ହଜାର ଲିଟରକୁ ବୃଦ୍ଧି କରିବା, ଦୁଗ୍ଧ ଚାଷୀଙ୍କ ସ˚ଖ୍ୟା ୧୬୪୦ରୁ ୨୧୪୦କୁ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଜିଲ୍ଲାରେ ମହିଳା ଉଦ୍ୟୋଗ ଏବ˚ ଟସର ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ଫୁଲ ଚାଷ ପାଇଁ କଣିହାଁ ଓ ଛେଣ୍ତିପଦା ଅ˚ଚଳର ଚାଷୀଙ୍କୁ ତାଲିମ୍‌ ଦିଆଯିବ।


୫୦୦ରୁ ଅଧିକ ତୃତୀୟ ଲିଙ୍ଗୀଙ୍କୁ ରୋଜଗାର ପାଇଁ ବିଭିନ୍ନ ତାଲିମ୍‌ ଦିଆଯାଇ ରୋଜଗାରକ୍ଷମ କରାଯିବ। ଜିଲ୍ଲାରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ବ ଦିଆଯିବ। ପ୍ରତ୍ୟେକ ଗାଁରେ ମୋଡେଲ୍‌ ପାର୍କ, ଜିମ୍‌, ଗ୍ରିନ୍‌ ଫେନ୍‌ସି˚, ଆଲୋକ ଓ ଜଳଯୋଗାଣ ବ୍ୟବସ୍ଥା କରାଯିବ। ପ୍ରତି ଗାଁରେ କଳାକେନ୍ଦ୍ର ନିର୍ମାଣ ସହ ହାଟର ଉନ୍ନତିକରଣକୁ ପ୍ରାଥମିକତା ଦିଆଯିବ। ନୂତନ ରାସ୍ତା, ପୋଲ ନିର୍ମାଣ କରାଯାଇ ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ୨୧ଟି ଚେକ୍‌ ଡ୍ୟାମ୍‌, ୧୫୧ଟି ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ୫୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯିବ। ପାନୀୟ ଜଳର ସୁବିଧା ପାଇଁ ଗଭୀର ନଳକୂଅ ଯୋଜନା, ସୋଲାର ପ୍ରୋଜେକ୍ଟର ମଧ୍ୟ ବ୍ୟବସ୍ଥା କରାଯିବ। ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ଜେସିବି, ସୋଲାର, କ୍ରେନ୍‌ ଚାଳନାରେ ତାଲିମ୍‌ ସାଙ୍ଗକୁ ହାଇଡ୍ରାଲିକ୍‌ ଯନ୍ତ୍ର ମରାମତି ନିର୍ମାଣ ଶିଳ୍ପ ଆଦିରେ ଯୁବକମାନଙ୍କୁ ତାଲିମ ଦିଆଯିବ।

Leave A Reply

Your email address will not be published.

error: Content is protected !!