ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସୋଲଡା ଗାଁରେ ଅଷ୍ଟଦୋଳ ଯାତ୍ରା ଧୁମ୍ ଧାମରେ ପାଳିତ ହୋଇଛି। ଯାତ୍ରା ପାଇଁ ସୋମବାର ଅପରାହ୍ନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଏକ ସୁସଜ୍ଜିତ ବିମାନରେ ଗାଁ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ରୋଡାସର ଓ ଡଅଁରା ଗ୍ରାମର ଓଡ଼ିଶୀ ସହ ନଦିଆଁ ସଂକୀର୍ତ୍ତନ, ଲଉଡ଼ି ଖେଳ, ଶିଙ୍ଗ ବାଦ୍ୟ, ଭାଙ୍ଗଡା ଆଦି ଲୋକନୃତ୍ୟ ପରିବେଷଣ ହୋଇଥିଲା। ଏ ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମେଲୋଡି ଆୟୋଜିତ ହୋଇଥିଲା। ଗାଁ ସଭାପତି ଫିରୋଜ ପ୍ରଧାନ ଓ ସମ୍ପାଦକ ତାପସ ଭୂକ୍ତାଙ୍କ ତତ୍ତ୍ଵାବଧାନରେ ଶାନ୍ତଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଶେଷ ହୋଇଛି।
ଅଷ୍ଟଦୋଳରେ ଗାଁ ବୁଲିଲେ ରାଧାକୃଷ୍ଣ, ମେଲୋଡ଼ିରେ ଝୁମିଲେ ଲୋକେ
- Post published:March 29, 2022
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau
