ସର୍ବଶ୍ରେଷ୍ଠ ବିଦ୍ୟୁତଶକ୍ତି ସଂରକ୍ଷଣ ପାଇଁ ନାଲକୋ ସିପିପି ପ୍ଲାଣ୍ଟକୁ ପୁରସ୍କୃତ କଲେ ରାଜ୍ୟ ସରକାର

You are currently viewing ସର୍ବଶ୍ରେଷ୍ଠ ବିଦ୍ୟୁତଶକ୍ତି ସଂରକ୍ଷଣ ପାଇଁ ନାଲକୋ ସିପିପି ପ୍ଲାଣ୍ଟକୁ ପୁରସ୍କୃତ କଲେ ରାଜ୍ୟ ସରକାର

ନାଲକୋ ନଗର: ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋଠାରେ ଅବସ୍ଥିତ ତାପଜ ବିଦ୍ୟୁତ କାରଖାନା (ସିସିପି)କୁ ସର୍ବଶ୍ରେଷ୍ଠ ବିଦ୍ୟୁତ ଶକ୍ତି ଉପଯୋଗ ଓ ସଂରକ୍ଷଣ ପାଇଁ ସିପିପି ବର୍ଗରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ତରଫରୁ ସର୍ବଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି।
ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଭୁବନେଶ୍ବର ଲୋକସେବା ଭବନଠାରେ ଆୟୋଜିତ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରିଥିଲେ। ନାଲକୋର ସିପିପି ଅନୁଗୁଳ ପ୍ଲାଣ୍ଟଠାରେ ବିଦ୍ୟୁତଶକ୍ତିର ସଠିକ ଉପଯୋଗ ଓ ସଂରକ୍ଷଣ ତଥା ବିଭିନ୍ନ ଅଭିନବ ଉପାୟ ଅବଲମ୍ବନ କରି କୋଇଲା, ଇନ୍ଧନ ତୈଳର ହ୍ରାସ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ନାଲକୋ ତରଫରୁ ପରିବେଶ ଜିଜିଏମ୍ ସୁରେଶ ଚନ୍ଦ୍ର ମିଶ୍ର, ବିଦ୍ୟୁତ ଜିଏମ୍ ଅନୁଜ କୁମାର ପଣ୍ଡା, ମେକାନିକାଲ ଡିଜିଏମ୍ ସୁଦର୍ଶନ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଥିଲେ।

Share

Leave a Reply