ବେପାର ବୁଡ଼ିଯିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

You are currently viewing ବେପାର ବୁଡ଼ିଯିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ଅନୁଗୁଳ: ତାଳଚେର ସଦର ଥାନା ସନ୍ଥପଡା ପଞ୍ଚାୟତର ଦାସନାଳୀରେ ଥିବା ନାଲକୋ ଇନଟେକ ପମ୍ପ ହାଉସ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ଏକ ଡିମିରି ଗଛରେ ଦଉଡ଼ି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ଆଲୋକ ସାମଲ ବୋଲି ଜଣାପଡ଼ିଛି। ସେ ଦୀର୍ଘ ଦିନ ହେଲା ଶ୍ୱଶୁର ଘରେ ରହୁଥିଲେ।

ଆଲୋକଙ୍କ ଶ୍ୱଶୁରଘର ଲୋକଙ୍କ କହିବାନୁସାରେ, ସେ ଗତ ୧୯ ଜୁଲାଇ ମଙ୍ଗଳବାର ଦିନଠୁ ନିଖୋଜ ଥିଲେ। ଏ ନେଇ ତାଙ୍କ ସ୍ତ୍ରୀ ସ୍ଵର୍ଣ୍ଣକାନ୍ତି ଧିର ବୁଧବାର ଦିନ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଲୋକ କିଛିଦିନ ହେବ ଶ୍ୱଶୁର ଘରେ ରହି ଟାଟା ଷ୍ଟିଲ କାରଖାନାରେ କାମ କରୁଥିଲେ। ବେପାର ବୁଡିଯିବା ଓ ଅନଲାଇନରେ ଲୋନ୍ ପାଇଁ ଠକାମୀର ଶିକାର ହୋଇ ଦିନକ ପୂର୍ବରୁ ସେ ଘର ଛାଡି ପଳାଇଥିଲେ।
ଖବର ପାଇ ତାଳଚେର ସଦର ଥାନା ଏଏସଆଇ ବୁଦ୍ଧିମାନ ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ମଣ୍ଡାପାଳ ମେଡିକାଲକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

 

Share

Leave a Reply