ଭିଜିଲାନ୍ସ ଜାଲରେ ତାଳଚେର ବ୍ଲକ ଜେଇ

You are currently viewing ଭିଜିଲାନ୍ସ ଜାଲରେ ତାଳଚେର ବ୍ଲକ ଜେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଜେଇ ବିରଞ୍ଚି ନାରାୟଣ ସାହୁ ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଅନୁଗୁଳ କୁମଣ୍ଡ ସ୍ଥିତ ଘର, ତାଳଚେର ଅଫିସ, ମେରମୁଣ୍ଡଳି ଠାରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଶ୍ରୀ ସାହୁ ୨୦୧୦ ରୁ ୫ବର୍ଷ ଅସ୍ଥାୟୀ ଚାକିରି କରିବାପରେ ତାଙ୍କର ଚାକିରି ସ୍ଥାୟୀ ହୋଇଥିଲା। ସୋମବାର ଅପରାହ୍ନ ସୁଦ୍ଧା ବିରଞ୍ଚିଙ୍କ ବିଭିନ୍ନ ଆକାଉଣ୍ଟରେ ୯୬,୯୦,୧୯୩ ଟଙ୍କା ଥିବା ବେଳେ ବିଭିନ୍ନ କମ୍ପାନୀର ବୀମା ବାବଦକୁ ପ୍ରାୟ ୧୩ ଲକ୍ଷ ଟଙ୍କା ଦେଇଛନ୍ତି। ତାଙ୍କର ୨ ଟି କୋଠା, ଗୋଟିଏ କାର, ୫ ଟି ବାଇକ୍ ଏବଂ ୨୬୧ ଗ୍ରାମ ସୁନା ଗହଣା ମଧ୍ୟ ରହିଛି। ଭିଜିଲାନ୍ସ ଦ୍ବାରା ଅନୁସନ୍ଧାନ ଜାରି ରହିଛି।

Share

Leave a Reply