ନୂଆ ସରକାର ଓ ଓପିଟିସଏଲ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ

You are currently viewing ନୂଆ ସରକାର ଓ ଓପିଟିସଏଲ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ

ଅନୁଗୁଳ: ଦୀର୍ଘ ବର୍ଷ ପରେ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ସ୍ୱପ୍ନ ପୂରଣ ହୋଇଛି। ନୂତନ ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶକ୍ତି ସଚିବ ହେମନ୍ତ ଶର୍ମା, ଅର୍ଥ ସଚିବ ଶାଶ୍ୱତ ମିଶ୍ର ଓ ଓପିଟିସଏଲର ବିଭାଗୀୟ ମୁଖ୍ୟ ସଞ୍ଜୟ ମିଶ୍ର ମାନବ ସମ୍ବଳ ଅଧିକାରୀ ରଘୁନାଥ ପ୍ରତିହାରୀ ଓ ତାଙ୍କ ପୂରା ଟିମ୍ ଯୋଗୁ ବିଦ୍ୟୁତ୍ ଶ୍ରମିକ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମକକ୍ଷ ହେବାର ସୁଯୋଗ ପାଇ ପାରିଛନ୍ତି।

ତେଣୁ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ କର୍ମଚାରୀ OPTCL ମୁଖ୍ୟ ଦପ୍ତରରେ ଏକାଠି ହୋଇ ବାଣ ଫୁଟାଇ ମିଠା ବାଣ୍ଟି ବିଭିନ୍ନ କାର୍ଯ୍ୟକ୍ରମ କରି ଦିନଟିକୁ ଭାରି ଉତ୍ସାହର ସହ ପାଳିଛନ୍ତି। ଏହି ଧାରାରେ ମଙ୍ଗଳବାର ଚାଇଁପାଳ ଡିଭିଜନ ସମ୍ପାଦକ ବିକାଶ ସାହୁଙ୍କ ନେତୃତ୍ଵରେ ସଂଗଠନ ଆଗ ଧାଡିର କର୍ମକର୍ତ୍ତା ଏବଂ ୧୪ ଟି ସେକସନର କର୍ମଚାରୀ ତାଳଚେର ବାଘୁଆବୋଲ ଠାରେ କେକ୍ କାଟିବା ସହିତ ମିଠା ବାଣ୍ଟି ଖୁସି ମନାଇଥିଲେ।

Share

Leave a Reply