କେନ୍ଦ୍ରୀୟ ଚଷା ସମାଜର ୭ମ ବାର୍ଷିକ ସମ୍ମିଳନୀ ଆୟୋଜିତ

You are currently viewing କେନ୍ଦ୍ରୀୟ ଚଷା ସମାଜର ୭ମ ବାର୍ଷିକ ସମ୍ମିଳନୀ ଆୟୋଜିତ

ତାଳଚେର: କେନ୍ଦ୍ରୀୟ ଚଷା ସମାଜ ପକ୍ଷରୁ ସପ୍ତମ ବାର୍ଷିକ ସମ୍ମିଳନୀ ପାଳିତ ହୋଇଛି। ସ୍ଥାନୀୟ ରେଙ୍ଗାଲି ସରସ୍ୱତୀ ବିଦ୍ୟା ମନ୍ଦିର ଶାରଦା ମଣ୍ଡପରେ ସଭାପତି ମକୁନ୍ଦ ଚନ୍ଦ୍ର ସାହୁ ଚଷା ସମାଜର ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପୂର୍ତ୍ତ ବିଭାଗ ଇଂ ଜଳଧର ପ୍ରଧାନ, ମୁଖ୍ୟବକ୍ତା ଭାବେ ଖମାର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଧର ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଇତିହାସ ବିଭାଗ ଡ. ସଦାଶିବ ପ୍ରଧାନ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଂପାଦକ ରାମଚନ୍ଦ୍ର ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ନିରଂଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ପାଳଲହଡା ଉପଖଣ୍ଡ ବଡସଡା ଚଷା ସମାଜର ସଂଗଠକ ରମେଶ ଚନ୍ଦ୍ର ପ୍ରଧାନ, ତ୍ରିବେଣୀ ପ୍ରଧାନ, କ୍ଷେତ୍ରବାସୀ ପ୍ରଧାନ ଓ ଇଂଜିଡିର ସଭାପତି ଶିକ୍ଷାବିତ୍ ଚିତ୍ତରଂଜନ ପରିଡା, ଛେଣ୍ଡିପଦାର ସାମ୍ବାଦିକ ଦିଲ୍ଲୀପଦ କୁମାର ପ୍ରଧାନ, ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସହସଂପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି ଚୈତନ୍ୟ ପ୍ରଧାନ, ଅକ୍ଷୟ କୁମାର ପ୍ରଧାନ, ଅଧ୍ୟାପକ ଡ. ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଡ. ବାସୁଦେବ ବେହେରା, ବିନୋଦ କୁମାର ଜେନା, ସହ କୋଷାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ଦେବଦତ୍ତ ପ୍ରଧାନ, ନଦୀକୂଳ ଅଞ୍ଚଳ ସଭାପତି ଗଗନ ଚନ୍ଦ୍ର ପ୍ରଧାନ, ବ୍ରଜକୋଟ ସଭାପତି ଲିଙ୍ଗରାଜ ପ୍ରଧାନ, କଣିହାଁ ସଭାପତି ସୁଧାକର ପ୍ରଧାନ, ଗଡତଳ ସଭାପତି ରବିନାରାୟଣ ପ୍ରଧାନ, ଖେମେଇଁ ସଭାପତି ଜୀବନ ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ, ସୁମନ୍ତ କୁମାର ପ୍ରଧାନ, ବିଭୂତି ସାହୁ, ମନୋଜ ପ୍ରଧାନ, ଚିତ୍ତରଂଜନ ପ୍ରଧାନଙ୍କ ସମେତ ୫ ଶହରୁ ଅଧିକ କୃଷକ ଯୋଗ ଦେଇଥିଲେ। ଶେଷରେ ଉପଦେଷ୍ଠା ବିନୟ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Share

Leave a Reply