ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

You are currently viewing ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଅନୁଗୁଳ:ସମ୍ବାଦର ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ୫୮ବର୍ଷ ବୟସରେ
ହୃଦଘାତରେ ପରଲୋକ ଘଟିଛି।ତାଙ୍କ କାର୍ଟୁନ ଏବଂ ବ୍ୟଙ୍ଗ କବିତା ଓଡ଼ିଶାର ଅଗଣିତ ପାଠକଙ୍କୁ ଆକର୍ଷିତ କରୁଥିଲା। ସମାଜର ପ୍ରତିଟି ନୀତିବିଭ୍ରାଟ,ଭ୍ରଷ୍ଟାଚାର, ଦୁର୍ନୀତି ବିରୁଦ୍ଧରେ ସେ ନିୟମିତ କଲମ ଚାଳନା କରିଥିଲେ। ୨୦୦୧ ମସିହାରେ ରାଜେନ୍ଦ୍ର ସାମଲଙ୍କ ଭିଡିଓ ମ୍ୟାଗାଜିନ ଏଟିଭି ର ପ୍ରତିଷ୍ଠା ଦିବସରେ ସେ ଅତିଥି ରୂପେ ଯୋଗଦେଇ ସଭାଘର ଭରପୂୂର ଦର୍ଶକଙ୍କୁ ନିଜ କଟାକ୍ଷ କବିତା ପରିବେଷଣ କରି ଅଜସ୍ର ପ୍ରଶଂସା
ସାଉଁଟିଥିଲେ।ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ଏ ଅବସରରେ ଅନୁଗୁଳ ଏଟିଭି ପରିବାର ପକ୍ଷରୁ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

Share

Leave a Reply