ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ଉ, କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

You are currently viewing ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ଉ, କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ନିକଟରେ ଚଢାଉ କରି ଏକ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି।

ଛେଣ୍ଡିପଦା ଥାନାଧିକାରୀ ବିଭୁଦତ୍ତ ରାଉତରାୟ ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ନିକଟସ୍ତ ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ଲାଗିଥିବା ଖବର ପାଇ ଚଢ଼ଉ କରିଥିଲେ। ଏ ଅବସରରେ ପ୍ରାୟ ୨୦ ଏକର ସରକାରୀ ଜମି ଉପରେ ବେଆଇନ ଭାବେ ଚାଷ ହୋଇଥିବା ୨୦ ହଜାର ପରିପକ୍ୱ ଗଂଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ଵ ହେବ।

ଏହି ଚଢ଼ଉରେ ଅନୁଗୁଳ ଏସଡିପିଓ ରମାକାନ୍ତ ମାହାଳିକ, ଛେଣ୍ଡିପଦା ତହସିଲଦାର ମାନସ ରୟ, ଛେଣ୍ଡିପଦା ଥାନା ଏସ୍ଆଇ ରାଜେଶ ଶତପଥୀ, ଏଏସଆଇ ଅରୁଣ ବେହେରା, ଶେଷଦେବ ସାମଲ, ବ୍ରହ୍ମଣବିଲ ରାଜସ୍ୱ ନିରୀକ୍ଷକ ଦୋଳମଣୀ ଭୋଇ ଓ ପୋଲିସ ଫୋର୍ସ ସାମିଲ ଥିଲେ।

Share

Leave a Reply