ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା ଅନ୍ତର୍ଗତ କାଣ୍ଡସର ଏସ୍ବିଆଇ ବ୍ୟାଙ୍କ୍ର ଏଟିଏମ୍ କ୍ୟାସ୍ ଡିପୋଜିଟ୍ ମେସିନ୍ ଭାଙ୍ଗି ଚୋରି ଉଦ୍ୟମ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି। ସୂଚନା ଯେ, ଗୁରୁବାର ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ଚୋରି ଉଦ୍ୟମ ହୋଇଥିଲା। ଜଣେ ଦୁର୍ବୃତ୍ତ ଏଟିଏମ୍ ଭିତରେ ପଶି କ୍ୟସ୍ ଦିପୋଜିଟ ମେସିନ୍ କୁ ଭାଙ୍ଗି ଦେଇଥିଲା। ମାତ୍ର ଟଙ୍କା ଚୋରି କରିବାରେ ବିଫଳ ହୋଇଥିଲା। ଏହା ଜଣାପଡ଼ିବା ପରେ ଏସ୍ବିଆଇ କାଣ୍ଡସର ବ୍ରାଞ୍ଚର ଚିଫ୍ ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ୍ ହୋଇଥିଲା। ପୁଲିସ୍ ଏହାର ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି।
ଏଟିଏମ୍ରୁ ଚୋରି ଉଦ୍ୟମ
- Post published:May 20, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
