ମନ୍ଦିରରୁ ଚୋରି

You are currently viewing ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସିଦ୍ଧେଶ୍ବର ଓ ଐଶାନେଶ୍ୱର ମନ୍ଦିରରୁ ରବିବାର ରାତିରେ ଚୋରି ହୋଇଛି। ସୂଚନା ଅନୁଯାୟୀ, ଚୋରମାନେ ମନ୍ଦିରର ଦାନହୁଣ୍ଡିସହ ଦେବୀଙ୍କ ପିନ୍ଧା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଚୋରି କରିଛନ୍ତି।

ମନ୍ଦିରର ପୂଜକ ପ୍ରକାଶ ମହାପାତ୍ର ସୋମବାର ସକାଳେ ମନ୍ଦିରର ଖୋଲି ଦେଖିଲା ବେଳକୁ ମନ୍ଦିରର ଭିତର ଗୃହର ଚାବିଭାଙ୍ଗି ପଡ଼ିଥିବା ଓ ଦାନହୁଣ୍ଡି ତିନୋଟି ଭାଙ୍ଗି ପଡ଼ିଥିବା ଦେଖିବାକୁ ପାଇଥିଲେ। ଚୋରମାନେ ସିସିଟିଭି ମେସିନ୍, ସୁନା ଗହଣା, ମାଇକ୍ ମେସିନ୍ ଓ ତିନୋଟି ହୁଣ୍ଡିରୁ ସମସ୍ତ ଦାନଅର୍ଥ ଚୋରି ହୋଇଛି। ମନ୍ଦିର କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply