ତାଳଚେରରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା, ତୁରନ୍ତ ବନ୍ଦ କରିବାକୁ ଦାବି

You are currently viewing ତାଳଚେରରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା, ତୁରନ୍ତ ବନ୍ଦ କରିବାକୁ ଦାବି

ତାଳଚେର: ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିନା ଲାଇସେନ୍ସରେ ଚାଲିଛି ଏକାଧିକ ମିକ୍ସଚର କାରଖାନା। ଏହି ଅପମିଶ୍ରିତ ମିକ୍ସଚର ଖାଇ ବହୁ ଲୋକ ପେଟଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏହି କାରଖାନାରୁ ଦୈନିକ ଶତାଧିକ କୁଇଣ୍ଟାଲ ମିକ୍ସଚର ତିଆରି କରାଯାଇ ଆଖ ପାଖ ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଛି। କାରଖାନାରେ ବ୍ୟବହୃତ ଡାଲି, ବେସନ, ଖାଇବା ତେଲ, ହଳଦୀ, ଲଙ୍କା, ବାଦାମ, ବୁଟ ଓ ମସଲା ଗୁଡିକ ଅତି ନିମ୍ନମାନ ହୋଇଥିବାରୁ ଏହାକୁ ଖାଇବା ଦ୍ବାରା ପେଟ ରୋଗ ଦେଖା ଦେଉଛି।

ମିକ୍ସଚର କାରଖାନା ମାଲିକମାନେ ସରକାରଙ୍କଠାରୁ ଲାଇସେନ୍ସ ନେଇ ନଥିବା ବେଳେ ସେଠାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ମଧ୍ୟ ଲାଇସେନ୍ସ କରି ନାହାନ୍ତି। ଅନ୍ୟପଟେ ମିକ୍ସଚର କାରଖାନାରେ ପ୍ରତ୍ୟେକ ଦିନ ଟନ୍ ଟନ୍ କୋଇଲା ଜଳୁଥିବାରୁ ପରିବେଶ ବି ଦୂଷିତ ହେଉଛି। ଏଣୁ ଏସବୁ ନକଲି ମିକ୍ସଚର ତିଆରି କାରଖାନା ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।

Share

Leave a Reply