ଅନୁଗୁଳ: ଚଳିତ ନିର୍ବାଚନ ଭୋଟ ଗଣତି ପାଇଁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ଥର ଅନୁଗୁଳ କଲେଜ୍,ଆଠମଲ୍ଲିକ କଲେଜ୍, ମାଲ୍ୟଗିରି କଲେଜ୍ ପାଲଲହଡ଼ା ଓ ତାଳଚେର କଲେଜ୍ ପରିସରରେ ଭୋଟ ଗଣତି କରାଯିବ। ସୁରକ୍ଷା ବ୍ୟବସ୍ଥାରେ ପ୍ରଥମେ ଲୋକାଲ ପୋଲିସ ତା ପଛକୁ ସ୍ପେଶଲ୍ ଆର୍ମଡ୍ ଫୋର୍ସ ଏବଂ ତା ପଛକୁ ସେଣ୍ଟ୍ରାଲ ଆର୍ମଡ୍ ପୋଲିସ ଫୋର୍ସ ରହିବେ।
ଏହାଛଡା ସୁରକ୍ଷା ବ୍ୟବସ୍ଥା ପାଇଁ ୩ ଅତିରିକ୍ତ ଏସପି,୫ ଡିଏସପି,୧୩ ଇନ୍ସପେକ୍ଟର,୫୯ ଜଣ ଏସଆଇ ଓ ଏଏସଆଇ,୮୩ ହୋମଗାର୍ଡ,୧୦ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ଆବଶ୍ୟକ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି। ଭୋଟ ଗଣତି କେନ୍ଦ୍ର ଚାରିପାଖରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆ ଯାଇଛି ।