ଅନୁଗୁଳ: ଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୨-୨୩ ପାଇଁ ଶୁକ୍ରବାର ଜିଲ୍ଲା ରାଷ୍ଟ୍ରୀୟ ସୂଚନା କେନ୍ଦ୍ରଠାରେ ଚୟନ କମିଟିର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା ଯାତ୍ରୀମାନଙ୍କର ସୁରକ୍ଷା ଓ ଯାତ୍ରାର ସଫଳତା କାମନା କରିଥିଲେ। ଶିରିଡି ଓ ନାସିକ୍ ତୀର୍ଥଯାତ୍ରା ପାଇଁ ମୋଟ ମନୋନୀତ ୧୩୭ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୯୬ ଜଣ ସଦସ୍ୟ, ୧୯ ଜଣ ଦମ୍ପତି ଓ ଜଣେ ସହଯୋଗୀଙ୍କ ସହ ଗୋଟିଏ ଦମ୍ପତି ଅଛନ୍ତି। ଏତଦ୍ବ୍ୟତିତ ୪ ଜଣ ଦମ୍ପତି ଓ ୧୮ ଜଣ ଏକକ ସଦସ୍ୟ ମନୋନୀତ ହୋଇ ଅପେକ୍ଷାକାରୀ ତାଲିକାଭୁକ୍ତ ହୋଇଛନ୍ତି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ, ଟାମଡାର ସଚିବ ରାଜିବ ବେହେରା, ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ଅଧିକାରୀ ସୁବ୍ରତ କୁମାର ଚାଟାର୍ଜୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦିଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚୟନ ପ୍ରକ୍ରିୟାରେ ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର କର୍ମଚାରୀମାନେ ସହାୟତା କରିଥିଲେ।