ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଗୋଟିଏ ଜଳିଗଲା, ଅନ୍ୟଟିର ଡ୍ରାଇଭର ମୃତ

You are currently viewing ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଗୋଟିଏ ଜଳିଗଲା, ଅନ୍ୟଟିର ଡ୍ରାଇଭର ମୃତ

ଅନୁଗୁଳ: ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଖମାର ଥାନା ୧୪୯ ନମ୍ୱର୍ ଜାତୀୟ ରାଜପଥ ବାର ମାଇଲି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ଟ୍ରକ ସମ୍ପୂର୍ଣ୍ଣ ଜଳି ଯାଇଛି।

ସୂଚନା ମୁତାବକ, କେନ୍ଦୁଝରରୁ ଏକ ଲୁହା ବୋଝେଇ ଟ୍ରକ ଅନୁଗୁଳ ଅଭିମୁଖେ ଆସୁଥିବା ବେଳେ ଆଉ ଏକ ଟ୍ରକ ତାଳଚେରରୁ କେନ୍ଦୁଝର ଯାଉଥିଲା। ବାର ମାଇଲି ଛକ ନିକଟରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗୋଟିଏ ଟ୍ରକ ନିଆଁ ଲାଗି ଜଳି ଯାଇଥିଲା। ଅନ୍ୟ ଟ୍ରକଟି ଜଳି ନଥିବା ବେଳେ ସେଠାରେ ଥିବା ଡ୍ରାଇଭରର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଓ ପାଳଲହଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ୟ ଟ୍ରକର ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଦୁଇ ଡ୍ରାଇଭରଙ୍କ ଠିକଣା ବର୍ତ୍ତମାନ ସୁଦ୍ଧା ମିଳି ପାରି ନଥିବା ବେଳେ ପାଳଲହଡ଼ା ପୋଲିସ୍, ଖମାର ପୋଲିସ, ପାଳଲହଡା ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share

Leave a Reply