ଦୁଇ ହାଇୱା ଦୁର୍ଘଟଣା: ଉଭୟ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି

You are currently viewing ଦୁଇ ହାଇୱା ଦୁର୍ଘଟଣା: ଉଭୟ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ନିକଟସ୍ଥ ଗଡ଼ସନ୍ତ୍ରୀ ପଞ୍ଚାୟତ ଦେଇ ଯାଇଥିବା ନବନିର୍ମିତ ବାଇପାସ୍ ରାସ୍ତାରେ ଦୁଇ ହାଇୱା ଗାଡି ଦୁର୍ଘଟଣା ହୋଇଛି। ଜଣେ ହାଇୱା ଡ୍ରାଇଭରକୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଆଉ ଜଣଙ୍କୁ ବଅଁରପାଳ ଦମକଳବାହିନୀ ପ୍ରାୟ ୪ ଘଣ୍ଟା ପରେ ଉଦ୍ଧାର କରିଛି।

ସୂଚନା ମୁତାବକ, ଗଡ଼ସନ୍ତ୍ରୀ ପଞ୍ଚାୟତ ଦେଇ ଯାଇଥିବା ନବନିର୍ମିତ ବାଇପାସ୍ ରାସ୍ତାରେ ଗୋଟିଏ ହାଇୱା ପାଉଁଶ ଖାଲି କରି ଫେରୁଥିବା ବେଳେ ସାମ୍ନାରୁ ଦ୍ରୁତ ଗତିରେ ଯାଉଥିବା ବାଲି ହାଇୱା ଗାଡ଼ିକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକମାନେ ପାଉଁଶ ହାଇୱା ଗାଡିର ଚାଳକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ପଠାଇ ଥିଲେ। ଖବର ପାଇ ଘଟଣାସ୍ଥଳରେ ବଅଁରପାଳ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଦୁର୍ଘଟଣାର ପ୍ରାୟ ୪ ଘଣ୍ଟା ପରେ ବାଲି ହାଇୱା ଗାଡି ଚାଳକକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଦୁଇ ଗାଡିକୁ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share

Leave a Reply