କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ମାଧପୁର ବନାଞ୍ଚଳ ଅନ୍ତର୍ଗତ ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ଦିନ ସକାଳେ ବାରହା ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଜଗବନ୍ଧୁ ସାହୁ (୪୨), ସୀତା ପ୍ରଧାନ (୩୫) l ଆହତ ଦ୍ବୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଡାକ୍ତର ଖାନାରେ ଆହତ ଦ୍ବୟଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସୀତା ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l
ବାରହା ଆକ୍ରମଣରେ ୨ ଗୁରୁତର
- Post published:May 16, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
