ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାଯାଇଛି।
ଏ ଅବସରରେ ମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଆମ ଅନୁଗୁଳ ଆମ ଗୌରବ ଅନୁଷ୍ଠାନ ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେବେ। ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଅଧିବେଶନରେ ଯୋଗ ଦେବା ସହ ଅନୁଗୁଳ କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବେ ବୋଲି ସୂଚନା ମିଳିଛି।

Share

Leave a Reply