ଅନୁଗୁଳ : ଅନୁଗୁଳ ପୌରାଞ୍ଚଳର ହୁଲୁରୁସିହାଁଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି। ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜାତୀୟ ସହାରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଏହା ଏକ ପ୍ରୟାସ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନେ ଅତି ନିକଟରେ ଆଶୁ ଚିକିତ୍ସା ସେବା ପାଇପାରିବେ। ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବସ୍ତିରେ ରହୁଥିବା ୨୫ ରୁ ୩୦ ହଜାର ବସ୍ତି ବାସିନ୍ଦାଙ୍କୁ ଏକ ନୋଡାଲ କେନ୍ଦ୍ର ଭାବେ ୨ଟି ପର୍ଯ୍ୟାୟରେ ସକାଳ ୮ ଟାରୁ ୧୧ ଟା ଓ ସଂଧ୍ୟା ୫ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ବହିଃ ବିଭାଗର ସ୍ବାସ୍ଥ୍ୟ ସେବା ଯୋଗାଇଦେବ। ଡା. ସୁରେଶ କୁମାର ପଣ୍ଡା ଏହି କେନ୍ଦ୍ରରେ ଡାକ୍ତର ଭାବେ ଅବସ୍ଥାପିତ ହୋଇଛନ୍ତି। ରୋଗ ନିରୂପଣ ନିମନ୍ତେ ଏଠାରେ ବିଭିନ୍ନ ପରୀକ୍ଷା କରାଯିବ। ଏହି ଉଦଘାଟନରେ ଅନ୍ୟମାନଙ୍କ ମଧ୍ୟରେ ଡା. ପବିତ୍ର ମୋହନ ବିଶ୍ୱାଳ, ଡା. ଧନଞ୍ଜୟ ବେହେରା ଓ ଡିପିଏମ୍ ବିଶ୍ବ ରଂଜନ ରଥ, ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଂକର ମଲ୍ଲିକଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମଚାରୀମାନେ ଉପସ୍ଥିତ ଥିଲେ।
ସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ
- Post published:September 8, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
