ଆଠମଲ୍ଲିକ ବିଜେପିରେ ବିଧାୟକ ରମେଶ ସାଏଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing ଆଠମଲ୍ଲିକ ବିଜେପିରେ ବିଧାୟକ ରମେଶ ସାଏଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଠମଲ୍ଲିକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠ ମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିଛନ୍ତି। ଏ ଅବସରରେ ସେ ମିଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି।
ସେ କହିଛନ୍ତି ଯେ ସଂଘର୍ଷ ଓ ତ୍ୟାଗର ଭୂମିରେ ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବା ପାଇଁ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତିକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ। ଆଜିର ଯୋଗଦାନ ଆଠମଲ୍ଲିକ, ଅନୁଗୁଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ଅଧିକ ମଜଭୁତ କରିବ।

ଏ ଅବସରରେ ଶ୍ରୀ ପ୍ରଧାନ ଅଇଡା, ମାଧପୁର, ନାକଚି, ଠାକୁରଗଡ, ବୋଇଣ୍ଡା, ଆଠମଲ୍ଲିକ ଏନଏସି, କିଶୋରନଗର ଓ ସାତକୋଶିଆ ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସକୁ ଘରେ ଘରେ ବିଜେପି ପତାକା ଲଗାଇ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।

Share

Leave a Reply