ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ପୋଲିସ ପକ୍ଷରୁ ବେଆଇନ ବାଲି ବୋଝେଇ ହାଇୱା ଗାଡି ଜବତ କରାଯାଇଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ସାନତ୍ରିବିଡା ଗ୍ରାମର ପାଖରୁ ବାଲି ବୋଝେଇ ଗାଡି କଣିହାଁ ଅଭିମୁଖେ ଆସୁଥିଲା। ଏହି ସମୟରେ କଣିହାଁ ପାଟ୍ରୋଲିଂ ଷ୍ଟାଫ ବଡ଼ତ୍ରିବିଡା ଗ୍ରାମ ଛକରେ ପାଟ୍ରୋଲିଂ କରୁଥିଲେ। ସେମାନେ ବେଆଇନ ବାଲି ବୋଝେଇ ଗାଡିକୁ ଜବତ କରିଛନ୍ତି। ଏ ନେଇ କଣିହାଁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ପାଟ୍ରୋଲିଂ ବେଳେ କଣିହାଁ ପୋଲିସକୁ ସଫଳତା: ବେଆଇନ ବାଲି ବୋଝେଇ ହାଇୱା ଜବତ
- Post published:January 6, 2026
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau


