ତାଳଚେର ଥର୍ମାଲ ଏନ.ଟି.ପି.ସି.ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

You are currently viewing ତାଳଚେର ଥର୍ମାଲ ଏନ.ଟି.ପି.ସି.ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ତାଳଚେର: ତାଳଚେର ଥର୍ମାଲ ଠାରେ ଏନ.ଟି.ପି.ସି. ତରଫରୁ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳର ଯୁବକଙ୍କୁ ନେଇ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ତଥା ଜିଲ୍ଲା ସ୍ତରରୁ ଖେଳାଳି ଯୋଗ ଦେଇ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ଦେବ ଖେଳ ଉଦଘାଟନ କରିଥିଲେ।

ସନ୍ଥପଡା ଓ ଛେଣ୍ଡିପଦାର ଟିମ୍ ଶୀର୍ଷରେ ରହିଥିବା ବେଳେ ଓ ଅନ୍ୟ ସମସ୍ତେ ଉତ୍ସାହ ସହ ଖେଳିଥିଲେ। ସମସ୍ତ ଖେଳାଳିଙ୍କୁ ଜର୍ସି ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳ ଟିମଙ୍କୁ ନେଟ, ବଲ ଓ ଅନ୍ୟ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ମ୍ୟାଚ୍ ସମୟରେ ସ୍ଥାନୀୟ ସରପଞ୍ଚ ଓ ବହୁ ଦର୍ଶକ ଉପସ୍ଥିତ ଥିଲେ।

Share

Leave a Reply