ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

You are currently viewing ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

 

କଣିହାଁ : ଚତୁର୍ଥ ଥର ପାଇଁ ତାଳଚେରର ବିଧାୟକ ହୋଇଥିବା ବ୍ରଜକିଶୋର ପ୍ରଧାନଙ୍କୁ କଣିହାଁ କୋଇଲା ଖଣି ଜିଏମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ଖଣି ମହାପ୍ରବନ୍ଧକ ନରେଶ ସିଂହ, ଦିନେଶ କୁମାର ମାଳି ପ୍ରକଳ୍ପ ଅଧିକାରୀ ଶ୍ରୀ ରାମ, ମ୍ୟାନେଜର ଶିଶିର କୁମାର ଶତପଥୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।

ପ୍ରକଳ୍ପ ଅଧୀନରେ ଛେଳିଆ, ପଥରମୁଣ୍ଡା, କଣିହାଁ, ଜରଡ଼ା, କଂସମୁଣ୍ଡା, ଅଦୌତପ୍ରସାଦ ଜମାନିଆ, ଗୁଣ୍ଡୁରୀନାଳୀ ମାଳପଶି ଗୋଇଲାଣ୍ଡ ଓ ତେଲସିଂହା ଗ୍ରାମର ଜମିହରା ପ୍ରଜାଙ୍କୁ ଶୀଘ୍ର ଥଇଥାନ, ନିଯୁକ୍ତି ଏବଂ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ବିଧାୟକ ଆଲୋଚନା କରିଥିଲେ।
ଏଥିସହ ଆଗକୁ କଣିହାଁ ବ୍ଲକ ସ୍ଥିତ ସର୍ବପୁରାତନ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି (ଡାଇମଣ୍ଡ ଜୁବୁଲି) ଅବସରରେ ଆସନ୍ତା ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ମଧ୍ୟ ବିଧାୟକ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କୋଇଲା ଖଣିର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply