କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ: ଚର୍ଚ୍ଚାରେ ଏସବୁ ଚେହେରା

You are currently viewing କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ: ଚର୍ଚ୍ଚାରେ ଏସବୁ ଚେହେରା
{"fte_image_ids":[],"remix_data":[],"source_tags":[],"source_ids":{},"source_ids_track":{},"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"addons":4,"crop":1},"is_sticker":false,"edited_since_last_sticker_save":true,"containsFTESticker":false}

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ(ବିଜେଡି) ଶାସନର ଦୁର୍ଗର ପତନ ଘଟିଛି। ଏବେ ଓଡ଼ିଶାରେ ପ୍ରଥମ ଥର ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଘୋଷଣା ଅନୁଯାୟୀ, ରାଜ୍ୟରେ ୧୦ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଜଣେ ଖାଣ୍ଟି ଓଡ଼ିଆ ଶପଥ ଗ୍ରହଣ କରିବେ। ଏଥିପାଇଁ ଭୁବନେଶ୍ବରର ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ତେବେ କିଏ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ସେନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା, ଆଲୋଚନା ଓ ଆକଳନ ଚାଲିଛି। ଏସବୁ ଭିତରେ ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ନବନିର୍ବାଚିତ ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ସିଏଜି ଡ. ଗିରୀଶ ଚନ୍ଦ୍ର ମୁର୍ମୁ। ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଏବେ ଯାଏଁ ଦଳ ପକ୍ଷରୁ ସୂଚନା ମିଳିପାରିନାହିଁ।

Share

Leave a Reply