ବାଇକ୍‌ ପଛରେ ପିଟିଲା ଟ୍ରକ୍‌, ମହିଳାଙ୍କ ମୃତ୍ୟୁ

You are currently viewing ବାଇକ୍‌ ପଛରେ ପିଟିଲା ଟ୍ରକ୍‌, ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତାଳଚେର ବଅଁରପାଳ ରାସ୍ତାର ଚାଇଁପାଳ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

ସୂଚନା ଯେ, ଜାଜପୁର ଜିଲ୍ଲା ଛତିଆର ଜୟନ୍ତୀ ମହାପାତ୍ର ତାଙ୍କ ସ୍ବାମୀଙ୍କସହ ବାଇକ୍ରେ ବଅଁରପାଳ ଆଡ଼କୁ ଆସୁଥିବା ବେଳେ ଏକ ଟ୍ରକ୍ ତାଙ୍କ ବାଇକ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଖବର ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଚ୍ଛେଦ କରାଇଛି। ପୁଲିସ ଟ୍ରକ୍କୁ ଜବତ କରିଛି।

Share

Leave a Reply