ମହିଳା ଡାକ୍ତର ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ

You are currently viewing ମହିଳା ଡାକ୍ତର ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ

ଅନୁଗୁଳ: ୨୯ ଜୁନ ୨୦୨୧ ଦିନ ରାତିରେ ଛେଣ୍ଡିପଦାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ସ୍ପେଶଲ ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ୧୧ ଜଣ ସାକ୍ଷୀ ଏବଂ ଅଭିଯୋଗକାରୀଙ୍କ ବୟାନ ଏବଂ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଭିଯୋଗକାରୀ ମୋନା ଗଡ଼ନାୟକ(ଛଦ୍ମ ନାମ) ପେଶାରେ ଜଣେ ସ୍ବାସ୍ଥ୍ୟ ଅଧିକାରୀ। ଉପରୋକ୍ତ ଦିନ ରାତିରେ ମୋନା ରାତି ଖାଇବା ପାଇଁ ଛେଣ୍ଡିପଦା ଉମା ହୋଟେଲରୁ ପାର୍ଶଲ୍ ମାଗିଥିଲେ। ପାର୍ଷଲ୍ ଦେବାକୁ ହୋଟେଲ ମାଲିକଙ୍କ ପୁଅ ସୁକାନ୍ତ ବେହେରା ଆସିଥିଲେ।ପାର୍ଷଲ ଦେବାବେଳେ ସୁକାନ୍ତ ମୋନାଙ୍କୁ ଘର ଭିତରକୁ ଠେଲି ଦେଇ ଦୁଷ୍କର୍ମ କରିବା ଶହ ମାରିବାକୁ ଧମକ ଦେଇଥିଲେ। ଘଟଣା ନେଇ ମୋନା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ସୁକାନ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା।

ଶେଷରେ ଦଫା ୩୭୬ରେ ସୁକାନ୍ତଙ୍କୁ ଦଶ ବର୍ଷ ଜେଲ ସହ ୨୫ ହଜାର ଟଙ୍କା ଜୋରିମାନା ଏବଂ ଦଫା ୪୫୦ ରେ ୫ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜେଲ ଦଣ୍ଡ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ଏ ମାମଲାରେ ସରକାରୀ ଅଧିବକ୍ତା ପ୍ରଦୀପ କୁମାର ଦାସ ଏବଂ ଅତିରିକ୍ତ ସରକାରୀ ଅଧିବକ୍ତା ତାପସ ରଂଜନ ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ।

Share

Leave a Reply