ଚାଷୀଙ୍କ ଆୟ ବୃଦ୍ଧି କରିବାନେଇ ଆଲୋଚନାଚକ୍ର

You are currently viewing ଚାଷୀଙ୍କ ଆୟ ବୃଦ୍ଧି କରିବାନେଇ ଆଲୋଚନାଚକ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ଗୁରୁବାର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପ୍ରତ୍ୟକ୍ଷ ସହଯୋଗରେ ଭାଗଚାଷୀ ଆଭିମୁଖ୍ୟକୁ ନେଇ କୃଷି ଉତ୍ପାଦନ ପ୍ରକଳ୍ପର ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ସମ୍ମାନିତ ଅତିଥି ରୂପେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପ୍ରିୟଙ୍କା ମହାନ୍ତି, ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷି ଉତ୍ପାଦନ ପ୍ରକଳ୍ପର ଆବଶ୍ୟକତା,ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କର ଭାଗୀଦାରିତା, ଦାଇତ୍ୱ ଓ ନିଜର ଆୟକୁ ଦ୍ବିଗୁଣିତ କରିବା ପାଇଁ ଯୋଜନା ପ୍ରସ୍ତୁତି କରିବା ଏବଂ ସମସ୍ତ ସରକାରୀ ବିଭାଗ ସକ୍ରିୟ ସହଯୋଗ ଉପରେ ଆଲୋଚନା କରିଥିଲେ। ଛେଣ୍ଡିପଦା ବ୍ଳକ କୃଷି ଉତ୍ପାଦକ ପ୍ରକଳ୍ପର ପରିଚାଳିକା ଦୀପ୍ତିମୟୀ ମିଶ୍ର ପ୍ରକଳ୍ପ ସମ୍ପ ର୍କିତ ବିବରଣୀ ପ୍ରଦାନ କରିଥିଲେ। ବିଗତ ତିନିବର୍ଷ ମଧ୍ୟରେ ଏହି ପ୍ରକଳ୍ପ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମର ସଫଳତା ଓ ଉତ୍ପାଦକ ଗୋଷ୍ଠୀଙ୍କ ଆୟ କିପରି ବୃଦ୍ଧି କରାଯାଇଥିଲା ତାର ଅଭିଜ୍ଞତା କଣ୍ଟାମାଳ ବ୍ଳକର ଜୀବିକା ବିଶେଷଜ୍ଞ ପୃଚନ୍ଦ୍ର ଖୁଣ୍ଟିଆ ଆଲୋଚନା କରିଥିଲେ। ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଉଦ୍ୟାନ କୃଷି ଅଧିକାରୀ ଅନ୍ୱେଷା ପ୍ରଧାନ ଧନ୍ୟବାଦ
ଅର୍ପଣ କରିଥିଲେ।

Share

Leave a Reply