ଜେଏସପିଏଲରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ

You are currently viewing ଜେଏସପିଏଲରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସ୍ପିଏଲ) ଫାଉଣ୍ଡେସନ ପକ୍ଷରୁ ସୋମବାର ସମନ୍ଵିତ ଶିଶୁ ବିକାଶ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ଏବଂ ଓଡିଶା ଆଜୀବିକା ମିଶନ (ଓଏଲଏମ) ସହଭାଗିତାରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନତଡା ଗ୍ରାମ ପଞ୍ଚାୟତଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହର ପ୍ରଥମ ଦିବସ ପାଳିତ ହୋଇଯାଇଅଛି। ସପ୍ତାହ ବ୍ୟାପୀ(ଅଗଷ୍ଟ ୧ ରୁ ୭ ତାରିଖ) ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ବିଷୟ ସ୍ତନ୍ୟପାନ ନିମନ୍ତେ ଆଗକୁ ଆସନ୍ତୁ ଏବଂ ଏହି ସମ୍ବଦ୍ଧରେ ସମର୍ଥନ କରନ୍ତୁ ନେଇ ସଚେତନ କରାଯାଇଥିଲା।

ଜେଏସପିଏଲ ଫାଉଣ୍ଡେସନର କ୍ଷେତ୍ର କର୍ମଚାରୀଙ୍କ ସହ, ଆୟୂଷ ମେଡିକାଲ ଅଫିସର, ଅଙ୍ଗନବାଡି ଏବଂ ଆଶା କର୍ମୀ ମାନେ ଛେଣ୍ଡିପଦା ବ୍ଲକର ମହିଳାଙ୍କୁ ସ୍ତନ୍ୟପାନର ବହୁବିଧ ଉପକାରିତା ଏବଂ ଏହା ନବଜାତ ଶିଶୁଙ୍କୁ କିପରି ସର୍ବଶ୍ରେଷ୍ଠ ସନ୍ତୁଳିତ ଖାଦ୍ୟ ପ୍ରଦାନ କରୁଛି ସେ ସଂପର୍କରେ ବୁଝାଇ ଥିଲେ। ସ୍ତନ୍ୟପାନ ଶିଶୁଙ୍କୁ ସଂକ୍ରମଣ ଏବଂ ରୋଗଠାରୁ ସୁରକ୍ଷା ପ୍ରଦାନ କରେ। ମା’ ଖିରକୁ ଶିଶୁମାନେ ସହଜରେ ହଜମ କରିପାରିଥାନ୍ତି। ଏହା ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସହାୟତା ପ୍ରଦାନ କରିଥାଏ ବୋଲି ସଚେତନ କରାଯାଇଥିଲା। ଦିବସ ଅବସରରେ ସୁସ୍ଥ ଶିଶୁ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିଶୁଙ୍କୁ ସୁସ୍ଥ ରଖିଥିବା ମା’ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ପଦାର୍ଥକୁ ନେଇ କିପରି ଏକ ସନ୍ତୁଳିତ ଖାଦ୍ୟ ତିଆରି କରି ହେବ ସେସମ୍ବଦ୍ଧରେ ସମସ୍ତ ମା’ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।
ନତଡା ସରପଞ୍ଚ ପ୍ରଣତୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସଚେତନତା ମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ମା’ଖିରର ଉପକାରିତା ନେଇ ପରାମର୍ଶ ଦେଇଥିଲେ। ଜେଏସ୍ପିଏଲ ଜିଏମ(ସିଏସଆର) ପୁଷ୍ପଲତା ଶତପଥୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଆୟୂଷ ମେଡିକାଲ ଅଫିସର ସଂଘମିତ୍ରା ଦାସ ମହିଳାଙ୍କୁ ସଚେତନ କରାଇଥିଲେ।

Share

Leave a Reply