ଯୁବ ବିଜେଡିର ରକ୍ତଦାନ ଶିବିର

You are currently viewing ଯୁବ ବିଜେଡିର ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଯୁବ ବିଜେଡି ତରଫରୁ ଏକ ରକ୍ତଦାନ ଶିବିର ରବିବାର ଆୟୋଜିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି ଓ ଓଡିଶା-ମୋ-ପରିବାର ମିଳିତ ସହଯୋଗରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଶକିଳା ନବଜ୍ୟୋତି ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଏହି ଶିବିରରେ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ କରୋନା ମହାମାରୀ ସମୟରେ ଯୁବ ବିଜେଡିର ୩୩ ତମ ରକ୍ତଦାନ ଶିବିର। ଏଥିରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହୀତ କରିଥିଲେ। ସନ୍ମାନୀତ ଅତିଥି ଭାବେ ବିଧାୟକଙ୍କ ଜିଲ୍ଲା ପ୍ରତିନୀଧି ପ୍ରଦୀପ କୁମାର ସାହୁ , ବିଜେଡି ନେତା ସୁଶାନ୍ତ କୁମାର ସାହୁ ଓ ବାଲିପଟା ସରପଞ୍ଚ ରାକେଶ ପ୍ରଧାନ ଉପସ୍ଥିତ ଥିଲେ। ଯୁବ ବିଜେଡି ଜିଲ୍ଲା ଉପସଭାପତି ସତ୍ୟବ୍ରତ ଦେହୁରୀ ଓ ଛେଣ୍ଡିପଦା ବ୍ଲକ ସଭାପତି ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ବାବଧନରେ ଏହି ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଯୁବ ବିଜେଡି ଛେଣ୍ଡିପଦା ବ୍ଲକ କର୍ମକର୍ତ୍ତା ସତ୍ୟବାଦୀ ପ୍ରଧାନ, ଅବିନାଶ ସାହୁ, ସହଦେବ ପ୍ରଧାନ, ଅଶୋକ ଗଡନାୟକ, ରଶ୍ମିତା ବେହେରା, ସଂଗ୍ରାମ କୁମାର ସାମନ୍ତ, ମଳୟ ବିଶ୍ବାଳ ଓ ସୌମ୍ୟରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ।

Share

Leave a Reply