ଅନୁଗୁଳ: ଏମ୍ସିଏଲ୍ ତାଳଚେର ଅନନ୍ତ ଖଣି ରେଲୱେ ସାଇଡିଂରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ରେଲୱେ ୱାଗନ ମଧ୍ୟରେ ଜଣେ ଯୁବକ ଉପରେ କୋଇଲା ଖଣ୍ଡ ଅଜାଡ଼ି ଦିଆଯାଇଥିବା ବେଳେ ସେ ଚିତ୍କାର କରିବାରୁ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ସେ କେଉଁ ପରିସ୍ଥିତିରେ ୱାଗନ ଭିତରକୁ ଆସିଲେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାରେ ଖଣିରେ ଦାୟିତ୍ଵହୀନତା ତଥା ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି । ସଂପୃକ୍ତ ଯୁବକ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ବେଳେ ଶ୍ରମିକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି ।ପ୍ରକାଶ ଯେ, ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ଅନନ୍ତ ରେଲୱେ ସାଇଡିଂରେ ରେଳ ୱାଗନରେ ପେଲୋଡର୍ ମାଧ୍ୟମରେ କୋଇଲା ବୋଝେଇ ହେଉଥିଲା।ଗୋଟିଏ ଲୋଡ଼ କୋଇଲା ୱାଗନ ଭିତରକୁ ପକାଇବା ବେଳେ ଭିତରୁ ଜଣେ ଯୁବକର ଚିତ୍କାର ଶୁଣାଗଲା । ତୁରନ୍ତ ଶ୍ରମିକମାନେ କୋଇଲା ବୋଝେଇ ବନ୍ଦ କରିବା ସହ କୋଇଲା ଭିତରେ ଚାପି ହୋଇ ରହିଥିବା ସଂପୃକ୍ତ ଯୁବକକୁ ୱାଗନରୁ ଉଦ୍ଧାର କରିଥିଲେ । ତାଙ୍କୁ ସେଣ୍ଟ୍ରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ଏହି ଅଚିହ୍ନା ଯୁବକ ନିଜକୁ ସନ୍ତୋଷ ମୁଖୀ ବୋଲି ପରିଚୟ ଦେବା ସହ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ପ୍ରକାଶ କରିଛନ୍ତି । ସନ୍ତୋଷଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଇଥିବାର ଶ୍ରମିକମାନଙ୍କ ସୂତ୍ରରୁ ଜଣାପଡ଼ିଛି ।
ଖଣି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ
- Post published:April 14, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
