ଅନୁଗୁଳ: ଆଜି ମଣ୍ଡପରେ ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମହାମାୟାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମାଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ କମ୍ପିବ ମଣ୍ଡପ ପରିବେଶ । ଏବର୍ଷ ବି କରୋନା କଟକଣାରେ ପୂଜା ହେଉଛି । ମଣ୍ଡପରେ ପୂଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିପାରିବେ । ଭକ୍ତଙ୍କୁ ଦର୍ଶନ ମନା । ପୂଜା ପେଣ୍ଡାଲର ତିନି ପାର୍ଶ୍ୱକୁ ଆବଦ୍ଧ କରି ଦିଆଯାଇଛି । କଟକଣାରେ ପୂଜା ହେଉଥିଲେ ହେଁ ଶ୍ରଦ୍ଧାଳୁଙ୍କ ମନରେ ତେଣୁ ସରାଗ ନାହିଁ।
ଆଜି ମା’ଙ୍କ ମହାସପ୍ତମୀ ପୂଜା
- Post published:October 12, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau

Tags: Angul