ବସଲାରେ ବିଜେପିର ସାଙ୍ଗଠନିକ ବୈଠକ: ୨୦୦ କର୍ମୀ ସାମିଲ, ବିଧାୟକଙ୍କ ଭିଡିଓ କଲ୍ ବାର୍ତ୍ତା

You are currently viewing ବସଲାରେ ବିଜେପିର ସାଙ୍ଗଠନିକ ବୈଠକ: ୨୦୦ କର୍ମୀ ସାମିଲ, ବିଧାୟକଙ୍କ ଭିଡିଓ କଲ୍ ବାର୍ତ୍ତା

ଅନୁଗୋଳ: ଅନୁଗୋଳ ବ୍ଲକ ବସଲା ଗ୍ରାମ ପଞ୍ଚାୟତର ଭାରତୀୟ ଜନତା ପାର୍ଟି ସକ୍ରିୟ କର୍ମୀଙ୍କୁ ନେଇ ଆଜି ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ନେତୃତ୍ୱରେ ବସଲା ଖେଳ ପଡିଆ ନିକଟରେ ଏହି ସଭା ହୋଇଥିଲା।

ବୈଠକରେ ପାର୍ଟିର ପ୍ରାୟ ୨୦୦ ଆଗଧାଡି କର୍ମୀ ଯୋଗ ଦେଇଥିଲେ। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଭିଡିଓ କଲ୍ ମାଧ୍ୟମରେ ଯୋଡି ହୋଇ ସମସ୍ତଙ୍କୁ ମିଳିମିଶି କାମ କରି ଗାଁର ଉନ୍ନତି ପାଇଁ ଆହ୍ୱାନ ଦେଇଥିଲେ।

ଏହି ସଭାରେ ପୂର୍ବତନ ସରପଞ୍ଚ ବେଣୁଧର ବେହେରା, ବରିଷ୍ଠ ନେତା ଦିଲୀପ ସାହୁ, ମହେଶ୍ୱର ସାହୁ, ଅଞ୍ଜନ ସାହୁ, ସର୍ବେଶ୍ୱର ସାହୁ, ରବିନାରାୟଣ ବେହେରା, ପିତାମ୍ବର ସାହୁ, ଦାରୁକା ଗୋଛାୟତ, ଶଙ୍କର ଗୋଛାୟତ, ଅଜୟ ସାହୁ, ରଞ୍ଜନ ସାହୁ, ସନ୍ତୋଷ ସାହୁ, ଅଞ୍ଜନ ଘଡେଇ, ବିନୟ ଘଡାଇ, ହର୍ଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply