ଅନୁଗୋଳ: ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ବାଲିପଟ୍ଟା ପଞ୍ଚାୟତରେ ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ପଞ୍ଚାୟତ ସଭାପତି, ସମସ୍ତ ବୁଥ୍ ସଭାପତି, ସକ୍ରିୟ କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ। ବୈଠକର ମୁଖ୍ୟ ନିଷ୍ପତ୍ତି ଯଥା ପଞ୍ଚାୟତର ପ୍ରତ୍ୟେକ ବୁଥ୍ରେ ‘ମନ କି ବାତ୍’ କାର୍ଯ୍ୟକ୍ରମର ସାମୂହିକ ଶ୍ରବଣ ବ୍ୟବସ୍ଥା, ମହିଳା, ଯୁବକ ଓ ବରିଷ୍ଠ ନାଗରିକଙ୍କ ସର୍ବାଧିକ ସହଭାଗିତା ସୁନିଶ୍ଚିତ, ପ୍ରତି ବୁଥ୍ ପାଇଁ ଦାୟିତ୍ୱ ବଣ୍ଟନ ସହ ସ୍ୱଚ୍ଛ ରିପୋର୍ଟିଂ ବ୍ୟବସ୍ଥା କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି।











