ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି: ୬୬ ଅଭିଯୋଗ ମଧ୍ୟରୁ ୫ଟିର ତୁରନ୍ତ ସମାଧାନ

You are currently viewing ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି: ୬୬ ଅଭିଯୋଗ ମଧ୍ୟରୁ ୫ଟିର ତୁରନ୍ତ ସମାଧାନ

ଅନୁଗୋଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ତାଳଚେର ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୬୬ଟି ଅଭିଯୋଗ ଗ୍ରହଣ ହୋଇଥିଲା। ସେଥିମଧ୍ୟରୁ ୫୨ଟି ବ୍ୟକ୍ତିଗତ ଓ ୧୪ଟି ଗ୍ରାମ୍ୟଭିତ୍ତିକ। ୫ଟି ଅଭିଯୋଗର ଘଟଣାସ୍ଥଳରେ ଫଇସଲା କରାଯାଇଛି। ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଶିବିରକୁ ଆସିଥିବା ଲୋକେ ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆବାସ, ଜମିଜମା ବିବାଦ ଓ ବ୍ୟକ୍ତିଗତ ସମସ୍ୟା ନେଇ ଅଭିଯୋଗ ଦାଖଲ କରିଥିଲେ।

କାର୍ଯ୍ୟକ୍ରମରେ ଆଇଏଏସ ପ୍ରୋବେସନର ଅଭି ଜୈନ୍, ଅତିରିକ୍ତ ଏସପି ସମୀର କୁମାର ପଣ୍ଡା, ସିଡିଏମଓ ଡ. ମଦନ ମୋହନ ପ୍ରଧାନ, ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ, ଡିଆରଡିଏ ପିଡି ଗୌରବମୟ ପ୍ରଧାନ, ତହସିଲଦାର ଆଲଫା ଜେନା, ବିଡିଓ ସୁଶାନ୍ତ କୁମାର ବରାଳ, ଡିଡବ୍ଲୁଓ ଦିଲ୍ଲିପ କୁମାର ମିଶ୍ର, ଡିଏସଡବ୍ଲୁଓ ପୁଷ୍ପାଞ୍ଜଳୀ ଶତପଥୀ, ସିଡିଏଓ ବିନୋଦ କୁମାର ଦଲାଇ, ସିଡିଭିଓ ଡ. ସତ୍ୟ ନାରାୟଣ ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

Share

Leave a Reply