ପି.ଏମ୍.କିଷାନ୍ ୨୩ତମ କିସ୍ତି ବିତରଣ: ୧.୨୫ ଲକ୍ଷ ଚାଷୀ ଉପକୃତ

You are currently viewing ପି.ଏମ୍.କିଷାନ୍ ୨୩ତମ କିସ୍ତି ବିତରଣ: ୧.୨୫ ଲକ୍ଷ ଚାଷୀ ଉପକୃତ

ଅନୁଗୋଳ: ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଆଜି ପି.ଏମ୍.କିଷାନ୍ ଯୋଜନାର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ ହୋଇଛି। କଲିକତାର ହୁଗୁଳିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତିର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୧ ଲକ୍ଷ ୨୫ ହଜାର ୩୫୬ ଜଣ ଚାଷୀଙ୍କ ଖାତାକୁ ସିଧାସଳଖ ପ୍ରାୟ ୨୫ କୋଟି ୭ ଲକ୍ଷ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଜନପ୍ରତିନିଧି ଓ ବହୁ ଚାଷୀ ଯୋଗ ଦେଇଥିଲେ।
ଏହାପୂର୍ବରୁ ‘କ୍ଷେତ ବଞ୍ଚାଅ ଅଭିଯାନ’ ଅନ୍ତର୍ଗତ ଏକ ଜୈବିକ କୃଷି କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ କୃଷି ବିଶେଷଜ୍ଞମାନେ ଯୋଗ ଦେଇ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ ଓ ଜୈବିକ ସାରର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଚାଷୀଙ୍କୁ ଆଧୁନିକ ଓ ପ୍ରାକୃତିକ କୃଷି ପଦ୍ଧତି ସମ୍ପର୍କରେ ସଚେତନ କରାଇଥିଲେ।

Share

Leave a Reply