ଠାକୁରଙ୍କୁ ବି ଛାଡ଼ିଲେନି: ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

You are currently viewing ଠାକୁରଙ୍କୁ ବି ଛାଡ଼ିଲେନି: ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରା ଗ୍ରାମର ରଣେଶ୍ୱର ଶିବ ମନ୍ଦିର ଓ ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଛି।

ସୂଚନାଯୋଗ୍ୟ ଯେ, ମନ୍ଦିର କମିଟି ସଭାପତି ଭୋରରେ ମନ୍ଦିର ବେଢାରୁ ଫୁଲ ତୋଳୁଥିବା ବେଳେ ଠାକୁରଙ୍କ ଗନ୍ତାଘର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ସେ ଆସି ଦେଖିବା ବେଳକୁ ମନ୍ଦିରର ଘଣ୍ଟ ଘଣ୍ଟି, ପିତ୍ତଳ ସାମଗ୍ରୀ ଓ ହୁଣ୍ଡିକୁ ଚୋରି ହୋଇଥିବା ଜାଣିଥିଲେ। ଚୋରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖବର ପାଇ ମନ୍ଦିରରେ ଗ୍ରାମ୍ୟ କମିଟି ଓ ମନ୍ଦିର କମିଟି କର୍ମକର୍ତ୍ତା ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ୩ ମାସ ପୂର୍ବରୁ ଦୁର୍ବୃତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଜିନିଷ ଚୋରି କରି ନେଇଥିଲେ।

Share

Leave a Reply