ବଚପନ ପ୍ଲେ ସ୍କୁଲ ଓ ରୋଟାରୀ କ୍ଲବ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ

You are currently viewing ବଚପନ ପ୍ଲେ ସ୍କୁଲ ଓ ରୋଟାରୀ କ୍ଲବ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ

ଅନୁଗୋଳ: ବନ ମହୋତ୍ସବ ସପ୍ତାହ ଅବସରରେ ସ୍ଥାନୀୟ ବଚପନ ପ୍ଲେ ସ୍କୁଲ ପରିସରରେ ରୋଟାରୀ କ୍ଲବ ଅନୁଗୋଳ ରୟାଲ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବ ସଭାପତି ବାଣୀ ଦେବ କହିଥିଲେ ଯେ, ଆଜିର ବିଶ୍ୱ ପାଇଁ ବାୟୁମଣ୍ଡଳର ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି ଏବଂ ଏଥିରୁ ମୁକୁଳିବାର ଏକମାତ୍ର ମାର୍ଗ ହେଉଛି ବ୍ୟାପକ ବନୀକରଣ। ଗଛକୁ ଜୀବନ ଭାବି ତାହାର ସୁରକ୍ଷା କରିବାକୁ ସେ ଆହ୍ୱାନ ଦେଇଥିଲେ। ସ୍କୁଲ ଅଧ୍ୟକ୍ଷା ଇଭାଲିନ ରଥ ପିଲାମାନଙ୍କୁ ନିଜ ଜୀବନରେ ଅଧିକରୁ ଅଧିକ ଗଛ ଲଗାଇବାକୁ ପ୍ରେରଣା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରଶ୍ମିରେଖା ବେହେରା, କ୍ଲବ ସମ୍ପାଦକ ଡ. ବିଶ୍ୱଜିତ ସାମଲଙ୍କ ସମେତ ଅନ୍ୟ ସଦସ୍ୟ ଓ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ନିଝାର ଅଲ୍ଲୀ ଦାମାନୀ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply