ଜନ୍ତୁ ଶିକାର ଯୋଜନା ବେଳେ ଚଢ଼ାଉ: ୨ ଶିକାରୀ ଗିରଫ,ଦେଶୀ ବନ୍ଧୁକ, ଗୁଳି ଓ ବାଇକ୍ ଜବତ

You are currently viewing ଜନ୍ତୁ ଶିକାର ଯୋଜନା ବେଳେ ଚଢ଼ାଉ: ୨ ଶିକାରୀ ଗିରଫ,ଦେଶୀ ବନ୍ଧୁକ, ଗୁଳି ଓ ବାଇକ୍ ଜବତ

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଜନ୍ତୁ ଶିକାର ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ସେକ୍ସନ ଜଙ୍ଗଲ ଭିତରେ ଗତ ୧୫ ଦିନ ହେବ ୨ ଜଣ ବନ୍ଧୁକଧାରୀ ସନ୍ଦିଗ୍ଧ ଭାବେ ବୁଲୁଥିବା ବନ କର୍ମଚାରୀମାନେ ଚିହ୍ନଟ କରିଥିଲେ। ସେମାନଙ୍କ ଉପରେ ନଜର ରଖାଯାଇଥିଲା।

ବୁଧବାର ରାତିରେ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ବୁଲୁଥିବା ଖବର ପାଇ ପୁରୁଣାକୋଟ ରେଞ୍ଜର ଗୌତମ ପ୍ରଧାନ ଓ ତାଙ୍କ ଟିମ୍ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୁରୁଣାକୋଟ ଥାନା ଗଞ୍ଜଡ଼ା ଗାଁର ରଞ୍ଜିତ ପ୍ରଧାନଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୩ ରାଉଣ୍ଡ ଗୁଳି, ଗନ୍ ପାଉଡର ଓ ଗୋଟିଏ ମଟର ସାଇକେଲ ଜବତ କରାଯାଇଥିଲା। ହେଲେ ତାଙ୍କ ସହଯୋଗୀ ସେହି ଗାଁର ସୁରେଶ ପ୍ରଧାନ ସେଠାରୁ ଖସି ପଳାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଆଉ ଥରେ ଚଢ଼ାଉ କରି ସୁରେଶ ପ୍ରଧାନଙ୍କୁ ମଧ୍ୟ ଗିରଫ କରିଛି।

Share

Leave a Reply