ଅନୁଗୁଳରେ ଭାରତ ବନ୍ଦ ସଫଳ

You are currently viewing ଅନୁଗୁଳରେ ଭାରତ ବନ୍ଦ ସଫଳ

ଅନୁଗୁଳ : ଅନୁଗୁଳରେ ଭାରତ ବନ୍ଦ ସଫଳ ହୋଇଛି। ତିନୋଟି କୃଷି ଆଇନ ସହ ବିଦ୍ୟୁତ ସଂଶୋଧନ ଆଇନ୍ ୨୦୨୧କୁ ବାତିଲ କରିବା ଏବଂ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଏମ୍ଏସପିକୁ ଆଇନସିଦ୍ଧ କରିବା ଦାବିରେ ଦୀର୍ଘ ଦଶମାସ ଧରି ଦିଲ୍ଲୀ ସୀମାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ବରେ ଚାଲିଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦରେ ଶ୍ରମିକ, କୃଷକ, ଛାତ୍ର, ଯୁବ, ମହିଳା ସଂଗଠନର କର୍ମକର୍ତ୍ତାମାନେ ମିଳିତ ଭାବେ ସୋମବାର ଅନୁଗୁଳ ସହର ଶୋଭାଯାତ୍ରା କରି ଦୋକାନ, ବଜାର ବନ୍ଦ କରିବା ସହିତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ। ବନ୍ଦରେ ଏଆଇୟୁଟିୟୁସି ରାଜ୍ୟ ଉପସଭାପତି ଭିକାରୀ ପ୍ରଧାନ, ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ଆଇଏନଟିୟୁସି ଜିଲ୍ଲା ସମ୍ପାଦକ ବିମ୍ବାଧର ସାମଲ, ଏଚ୍ଏମ୍ଏସ୍ ଶ୍ରମିକ ନେତା ପବିତ୍ର କୁମାର ବିଶ୍ୱାଳ, ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା, କାର୍ଯ୍ୟକାରୀ ସଭାପତି ବସନ୍ତ ପଟ୍ଟନାୟକ, ମହେନ୍ଦ୍ର ସାହୁ, ରଞ୍ଜନ ନନ୍ଦ, ପ୍ରସାଦ ନନ୍ଦ, ଏଆଇସିସିଟିୟୁ ଶ୍ରମିକ ନେତା ତପନ ମହାନ୍ତି, ଏଆଇକେକେଏମ୍ଏସ୍ ଜିଲ୍ଲା ନେତା ସଞ୍ଜୟ ସାହୁ, ପ୍ରମୋଦ କୁମାର ପ୍ରଧାନ, ଏଆଇଏମ୍ଏସ୍ଏସ୍ ସଭାନେତ୍ରୀ ମନ୍ଦୋଦରୀ ରାଉଳ, ପ୍ରମିଳା ପଣ୍ଡା, ଲକ୍ଷ୍ମୀ ଭୋଇ, ଏଆଇଡିୱାଇଓ ଜିଲ୍ଲା ସଭାପତି ବିଷ୍ଣୁ ସାହୁ, ନିରଞ୍ଜନ ନାୟକ, ଜ୍ୟୋତ୍ସ୍ନା ସାମଲ, ମଳୟ ବେହେରା, ଏଆଇଡିଏସ୍ଓର ନାରାୟଣ ନାୟକ ପ୍ରମୁଖ ସାମିଲ ଥିଲେ।ସେହିଭଳି ଏହି ଭାରତବନ୍ଦକୁ ସମର୍ଥନ କରି ଅନୁଗୁଳ ଜିଲ୍ଲା କଂଗ୍ରେସର ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ବନ୍ଦରେ ସାମିଲ ହେଇଥିଲେ। ଜିଲ୍ଲାର ବଅଁରପାଳ, ତାଳଚେର, ଖମାର, ଏନଟିପିସି, ସମଲ, ପାଲ୍ଲହଡା, ଛେଣ୍ଡିପଦା, କିଶୋରନଗର, ଆଠମଲ୍ଲିକ, ବନ୍ତଳା, ଜରପଡା, ବଇଣ୍ଡା ଆଦି ସ୍ଥାନ ମାନଙ୍କରେ ବ୍ଲକ କଂଗ୍ରେସ ସଭାପତିମାନଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା। ବନ୍ଦରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଚିତରଂଜନ ନାଏକ, ତପନ ପ୍ରଧାନ, ଜିତେନ୍ଦ୍ର ସାହୁ, ଗୋପାଳ ନାଥ, ଧର୍ମେନ୍ଦ୍ର ମିଶ୍ର, ନିଳକଣ୍ଠ ନାଏକ, ସଂଜିବ ମାଣ୍ଡୋଠିଆ, ସୁଦୀପ ମିଶ୍ର, ସଭାପତି ଅମୂଲ୍ୟ ବେହେରା, ବିନୋଦ ମାଝି, ଲୁଲୁ ଥାପା, ଲୁଲୁ ପାଣିଗ୍ରାହୀ, ବଲବିର ସିଂହ, ଆଲୋକ ଦାଶ, ଶିବାନୀ ଗୌଡଙ୍କ ସମେତ ବହୁକଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ।

Share

Leave a Reply