ସାଇବର ଠକଙ୍କ ଚକ୍ରବ୍ୟୂହ: ନଗ୍ନ ଫଟୋ ଭାଇରାଲ୍ କରିବା ଧମକ ଦେଇ ଲୁଟିଲେ ଲକ୍ଷାଧିକ ଟଙ୍କା

You are currently viewing ସାଇବର ଠକଙ୍କ ଚକ୍ରବ୍ୟୂହ: ନଗ୍ନ ଫଟୋ ଭାଇରାଲ୍ କରିବା ଧମକ ଦେଇ ଲୁଟିଲେ ଲକ୍ଷାଧିକ ଟଙ୍କା

ଅନୁଗୋଳ: ସାଇବର ଠକଙ୍କ ବ୍ଲାକମେଲିଂର ଶିକାର ହୋଇଛନ୍ତି ତାଳଚେର ସହରର ଜଣେ ବ୍ୟକ୍ତି। ବଡ଼ଦାଣ୍ଡ ସାହିର ତ୍ରିନାଥ ବାରିକଙ୍କୁ ଲୋନ୍ ଦେବା ନାମରେ ଫସାଇ ସାଇବର ଠକମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘଟଣା ଅନୁଯାୟୀ, ତ୍ରିନାଥଙ୍କ ମୋବାଇଲକୁ ୧୮ ହଜାର ଟଙ୍କାର ଲୋନ୍ ପ୍ରସ୍ତାବ ଆସିଥିଲା। ସେ ଆଧାର କାର୍ଡ ଓ ଆବଶ୍ୟକୀୟ କାଗଜପତ୍ର ଦେଇ ଋଣ ନେଇଥିଲେ। ମାତ୍ର ଏହାର ମାତ୍ର ୪ ଦିନ ପରେ ଠକମାନେ ତାଙ୍କର ଏକ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ୍ କରିବା ଆରମ୍ଭ କଲେ। ଫଟୋ ଭାଇରାଲ୍ କରିବା ଭୟ ଦେଖାଇ ଠକମାନେ ବାରମ୍ବାର ଟଙ୍କା ଦାବି କରିଥିଲେ। ଭୟଭୀତ ହୋଇ ତ୍ରିନାଥ ଏକାଧିକ କିସ୍ତିରେ ମୋଟ୍ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ପୈଠ କରିଥିଲେ। ପରେ ମଧ୍ୟ ଟଙ୍କା ମାଗିବାରୁ ସେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ଏନେଇ ସେ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଅଜଣା ମେସେଜ୍ ଓ ଲୋନ୍ ଆପ୍ ପ୍ରତି ସତର୍କ ରହିବାକୁ ସାଧାରଣରେ ପରାମର୍ଶ ଦିଆଯାଇଛି।

Share

Leave a Reply