ଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

You are currently viewing ଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଅନ୍ତୁଳିଆ ଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ଠାକୁରଗଡ଼ ଥାନା ଅନ୍ତର୍ଗତ ଟାପଡୋଲ ଗ୍ରାମର ପ୍ରଦୀପ ମୁଣ୍ଡା (୨୩) ଓ ସୁଜନ ବେହେରା (୨୨) ବାଇକରେ ଅନ୍ତୁଳିଆ ଗାଁକୁ ଔଷଧ ଆଣିବାକୁ ଯାଉଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ପୋଲରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ସୁଜନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Share

Leave a Reply