ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ୍ ବ୍ରାହ୍ମଣୀଦେଈ ବ୍ରହ୍ମଚାରୀ ଆଶ୍ରମର ମୁଖ୍ୟ ତଥା ଚକାପାଦ ଆଶ୍ରମର ପ୍ରାକ୍ତନ ମୁଖ୍ୟ ସ୍ବର୍ଗତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଦ୍ବାରା ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ଜ୍ଞାନବିଜ୍ଞାନ ସୌରଭମ୍’ ଗତ ବୁଧବାର ଉନ୍ମୋଚିତ ହୋଇଯାଇଛି। ଏଥିରେ ଭଗବତ ଗୀତାର ସପ୍ତମ ଅଧ୍ୟାୟର ସମ୍ପୂର୍ଣ୍ଣ ବ୍ୟାଖ୍ୟା ପ୍ରବଚନ ଢଙ୍ଗରେ କରାଯାଇଛି ଯେପରିକି ସହଜରେ ବୋଧଗମ୍ୟ ହୋଇପାରିବ। ବୁଧବାର ବ୍ରାହ୍ମଣୀଦେଈ ଆଶ୍ରମରେ ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଶ୍ରମ ମୁଖ୍ୟଙ୍କ ସମେତ ଗହମ ଶିବାନନ୍ଦ ସେବା ଗ୍ରାମର ସ୍ଵାମୀ କୃଷ୍ଣଦାସାନନ୍ଦ ସରସ୍ୱତୀ, ନିତାଇ ଗୌର ଆଶ୍ରମର ବାବାଜୀ ପ୍ରଭୁପାଦ ଦାସ, ରେଙ୍ଗାଳି ହରିହର ଆଶ୍ରମର ବାବା ଅନ୍ତର୍ଯ୍ୟାମୀ ଦାସ, ବ୍ରହ୍ମଚାରୀ ଅରୁପାନନ୍ଦ ଚୈତନ୍ୟ, ସ୍ବାମୀ ସେବାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ରାହ୍ମଣୀଦେଈ ଆଶ୍ରମରେ ‘ପୁସ୍ତକ’ ଉନ୍ମୋଚିତ
- Post published:October 2, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
