କ୍ୟାଟ୍ ପକ୍ଷରୁ ବଜେଟ୍ ଆଲୋଚନା ଚକ୍ର ଆୟୋଜିତ

You are currently viewing କ୍ୟାଟ୍ ପକ୍ଷରୁ ବଜେଟ୍ ଆଲୋଚନା ଚକ୍ର ଆୟୋଜିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କ୍ୟାଟ (କନଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡରସ) ପକ୍ଷରୁ ସ୍ଥାନୀୟ ମାରୱାଡି ଯୁବା ଭବନରେ ‘ବଜେଟ ଆଲୋଚନା ଚକ୍ର’ ଆୟୋଜିତ ହୋଇଛି। ସଭାପତି କମଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆୟକର ମୁଖ୍ୟ କମିଶନର ଶରତ କୁମାର ଦାସ ଯୋଗ ଦେଇ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଣା ଯାଇଥିବା ବଜେଟକୁ ସରଳ ଉପରେ ବ୍ୟାଖ୍ୟା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ରାଜା ନାରାୟଣ ତ୍ରିପାଠୀ, ଚାର୍ଟାର୍ଡ ​ଆକାଉଣ୍ଟାଣ୍ଟ ସୁଶାନ୍ତ କୁମାର ଖଟୁଆ, କ୍ୟାଟ ଅନୁଗୁଳର ଚେୟାରମ୍ୟାନ ରାଜ୍ କୁମାର ଶୁକ୍ଳା ଓ ଆନନ୍ଦ ଅଗ୍ରୱାଲ, ସମ୍ପାଦକ ରୋହିତ ଲିହାଲା, ଉପସଭାପତି ଆଶିଷ ଅଗ୍ରୱାଲ, କୈଳାଶ ଜିନ୍ଦଲ, ଉପଦେଷ୍ଟା ଜିତେନ୍ଦ୍ର ଗୁପ୍ତା, ସୁଦର୍ଶନ ଅଗ୍ରୱାଲ, ବୁଦ୍ଧିଜୀବୀ, ବ୍ୟବସାୟୀ ଓ କ୍ୟାଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply