ଅନୁଗୁଳ: ଗତ କିଛିଦିନ ଧରି ଲକଡାଉନ୍ ଓ ସପ୍ତାହାନ୍ତ ସଟ୍ଡ଼ାଉନ ଭିତରେ ଅନୁଗୁଳ ସହରର ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ବେଶ୍ ଚିନ୍ତାରେ ଅଛନ୍ତି। ସରକାର ସୋମବାର ଠାରୁ ଶୁକ୍ରବାର ଯାଏ ସକାଳ ୭ ଟା ୧୧ ଟା ଯାଏ ଫଳ,ମାଛ, ମାଂସ, ଅଣ୍ଡା, କ୍ଷୀର,ରାସନ,ପରିବ,ହୋଟେଲ, ଗ୍ୟାରେଜ,ବିଦ୍ୟୁତ ମରାମତି, ବହି ଆଦି ଦୋକାନ ଗୁଡ଼ିକୁ କଟକଣା ମୁକ୍ତ କରିଥିବା ବେଳେ ଅନେକ ଉଠାଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଏଥିରୁ ବାଦ୍ ପଡିଛନ୍ତି। ଏହି ଦୋକାନୀମାନେ ଦୈନିକ କାରବାର କରି ଯାହା ବେପାରବଟା ହେଲା ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି। ବିଶେଷ କରି ସାଲୁନ୍,ଚା, ରାସ୍ତାକଡ ଜଳଖିଆ ଦୋକାନ, ଜେରକ୍ସ ହସ୍ତଶିଳ୍ପ ସାମଗ୍ରୀ ଯଥା ଖଲି, ଚଉପତି, ହାଣ୍ଡି ମାଠିଆ,ଝାଡ଼ୁ, ଚାନ୍ଦୁଆ, ବାଉଁଶ ଓ ବେତ ତିଆରି ଜିନିଷ ବିକ୍ରି ଏକ ପ୍ରକାର ଠପ୍ ହୋଇଯାଇଛି । ଦୋକାନୀ ତଥା କାରିଗରମାନଙ୍କ ଚିନ୍ତା ବଢିଯାଇଛି। ଜିଲ୍ଲାର ଗ୍ରାମ୍ୟ ଅର୍ଥନୀତିର ବିକାଶରେ ଏହା ବାଧା ସୃଷ୍ଟି କରିଛି। ଏହାଛଡା ବିଭିନ୍ନ ଏସ୍ଏଚଜି ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ମଧ୍ୟ ଏହି ସମୟରେ ଠିକଣା ରୂପେ ମାର୍କେଟିଂ ହୋଇପାରୁନାହିଁ। ଯଦି କରୋନାର ପ୍ରକୋପ ନକମେ ବା କଟକଣା କୋହଳ ନହୁଏ ତେବେ ଏହିସବୁ ବ୍ୟବସାୟୀଙ୍କ ସ୍ଥିତି ଅଧିକ ସଙ୍ଗୀନ ହୋଇପଡିବ ।
କରୋନା ମାଡ: ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ
- Post published:May 23, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul